ପିଆଜ ମହରଗ: ଖାଇବା ଥାଳିରୁ ପିଆଜ ହଟାଇଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶରେ ପିଆଜର ଦାମ ଏବେ ଆକାଶ ଛୁଆଁ । ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି କିଲୋ ପ୍ରତି ୨୬୦ ଟଙ୍କାରେ ବିକ୍ରି ହେଉଛି । ପରିସ୍ଥିତି ଏତେ ଖରାପ ଯେ ବାଂଲାଦେଶ ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଡ଼ାଜାହଜରେ ପିଆଜ ଆମଦାନୀ କରୁଛନ୍ତି । ଦର ବୃଦ୍ଧି କାରଣରୁ ଲୋକଙ୍କ ଥାଳିରୁ ପିଆଜ ସତେ ଯେମିତି ଉଭାନ ହେଇଯାଇଛି ।

ବାଂଲାଦେଶରେ ପିଆଜର ଦର ବୃଦ୍ଧି ଦିଗରେ ଭାରତ ମଧ୍ୟ ଏକ ବଡ଼ କାରଣ । ପିଆଜର ଦର ବୃଦ୍ଧି ପରେ ସେପ୍ଟେମ୍ବର ମାସରେ ଏହାର ରପ୍ତାନି ବନ୍ଦକରିଦିଆ ଯାଇଥିଲା । ବର୍ଷା ପରେ ଭାରତରେ ବହୁତ ପିଆଜ ନଷ୍ଟ ହୋଇଗଲା । ଯେଉଁଥିପାଇଁ ପିଆଜର ପରିମାଣ ଖୁବ କମ ହୋଇଗଲା । ଏହି କାରଣରୁ ଭାରତରେ ମଧ୍ୟ ପିଆଜ ଦର ବୃଦ୍ଧି ପାଇବାକୁ ଲାଗିଲା । କିନ୍ତ ବାଂଲାଦେଶ ତୁଳନାରେ ଭାରତରେ ଦାମ କମ ଥିଲା ।

ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଡିପ୍ଟି ପ୍ରେସ ସେକ୍ରେଟାରୀ ହସନ ଜାହିର ନ୍ୟୁଜ ଏଜେନ୍ସିଙ୍କୁ କହିଛନ୍ତି ଯେ, ଉଡାଜାହାଜରେ  ପିଆଜ ଆମଦାନୀ କରାଯାଉଛି । ଏପରି କି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପିଆଜ ଖାଇବା ବନ୍ଦ କରିଦେଇଛନ୍ତି । ଦରବୃଦ୍ଧିକୁ ନେଇ ଢ଼ାକାରେ ଲୋକ ମାନେ ପ୍ରତିବାଦ କରିବା ଆରମ୍ଭ କରିଦେଲେଣି । ଏହାକୁ ଆଖିରେ ରଖି ମିଆମାର, ତୁର୍କୀ, ଚୀନ, ଇଜିପ୍ଟରୁ ପିଆଜ ଆମଦାନୀ କରାଯାଉଛି ।

ଅନ୍ୟପଟେ ଲୋକଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ଦେବା ପାଇଁ ସରକାରୀ ସଂସ୍ଥାନ ଟ୍ରେଡିଂ କର୍ପୋରେସନ ଅଫ୍ ବାଂଲାଦେଶ ଢ଼ାକାରେ କିଲୋ ପ୍ରତି ୪୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି । ସବସିଡି ଦରରେ ପିଆଜ କିଣିବା ପାଇଁ ଲୋକଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ୁଛି ।

Leave a Reply