ସବୁ ବିବାଦର ଅନ୍ତ , ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଛି । ଆସନ୍ତାକାଲି ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରାକୃତିକ ଦ୍ରବ୍ୟରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ  । ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ରେ ମହାପ୍ରଭୁଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ ।