ବଲବୀର ହେବେ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ, ୫ରେ ସମ୍ଭାଳିବେ ଗାଦି

ପ୍ରୟାଗରାଜ: ଅଖିଳ ଭାରତୀୟ ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ଗାଦିରେ କିଏ ବରାଜମାନ କରିବ ସେନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏବେ ସେହି ପ୍ରତିକ୍ଷାର ଅନ୍ତ ଘଟିଛି । ଆଉ ନୂଆ ମହନ୍ତ କିଏ ହେବେ ସେନେଇ ମଧ୍ୟ ନିଷ୍ପତ୍ତି ହୋଇସାରିଛି ।
ମଠ ବାଘମ୍ବରୀ ଗାଦିର ଉତ୍ତରାଧିକାରୀ ବଲବୀର ଗିରି ହେବେ । ଏନେଇ ଔପଚାରିକ ଭାବେ ଅକ୍ଟୋବର ୫ ତାରିଖ ତଥା ଷୋଡଶୀ ଭୋଜ ଦିନ ଘୋଷଣା କରାଯିବ । ମହନ୍ତଙ୍କ ମୃତ୍ୟୁ ପରେ ଯେଉଁ ସୁଇସାଇଡ୍ ନୋଟ୍ ମିଳିଥିଲା ସେଥିରେ ବଲବୀର ଗିରିଙ୍କ ନାମ ରହିଥିଲା । ଆଉ ସେହି ନୋଟରେ ବଲବୀରଙ୍କୁ ମହନ୍ତ କରିବା ପାଇଁ ଉଲ୍ଲେଖ ରହିଥିଲା ।

ସୂଚନା ଅନୁଯାୟୀ, ଅକ୍ଟୋବର ୫ ତାରିଖ ସକାଳ ୧୧ଟାରୁ ୧ଟା ମଧ୍ୟରେ ବଲବୀର ଗିରିଙ୍କ ପଟ୍ଟାଭିଷେକ କରାଯିବ । ଯେଉଁଠି ସନ୍ଥ ସମାଜର ଲୋକେ ବଲବୀରଙ୍କୁ ମହନ୍ତ ଚାଦର ଚଢାଇବେ । ଗତ ମଙ୍ଗଳବାର ଦିନ ପଞ୍ଚ ପରମେଶ୍ୱର ବୖେଠକରେ ବଲବୀର ଗିରିଙ୍କ ନାମରେ ସହମତି ପ୍ରକାଶ ହୋଇଥିଲା । ପରେ ଗୁରୁବାର ଦିନ ହରିଦ୍ୱାରରେ ନିରଞ୍ଜନ ଅଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୖେଳାଶନନ୍ଦ ମହାରାଜାଙ୍କ ସହ ବୈଠକ ପରେ ବଲବୀରଙ୍କ ନାମ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ନିରଞ୍ଜନି ଅଖାଡାର ସଚିବ ରବିନ୍ଦ୍ର ପୁରୀ ।

Leave a Reply