spot_img

Latest Posts

ବଡ଼ଚଣାରେ ଜମୁଛି ବର୍ଷାଙ୍କ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପାଇଁ ଜମୁଛି ପ୍ରଚାର। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ। ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ବଡ଼ଚଣା ନିର୍ବାଚନମଣ୍ଡଳିର ସୂଂଗୁଡା ପଞ୍ଚାୟତରେ ବର୍ଷା ପ୍ରିୟଦର୍ଶନୀ ପହଞ୍ଚି ପ୍ରଚାର କରିଛନ୍ତି। ଏକ ବିରାଟ ପଟୁଆରରେ ଯାଇ ଭୋଟ ଭିକ୍ଷା କରିଛନ୍ତି। ସୂଂଗୁଡା ପଂଚାୟତରେ  ବର୍ଷାଙ୍କୁ ବିଭିନ୍ନ ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା। ବର୍ଷାଙ୍କୁ ଦେଖିବା  ପାଇଁ ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିଲା । ବର୍ଷାଙ୍କ ପାଇଁ ପ୍ରବଳ ଜନ ସାମଗମ ଦେଖିବାକୁ ମିଳିଥିଲା। ବର୍ଷାଙ୍କ ସହ ବିଜୁ ଜନତା ଦଳର ନେତା ଓ କର୍ମୀ ପ୍ରଚାରରେ ସାମିଲ ହୋଇ ବର୍ଷାଙ୍କ ପାଇଁ ଭୋଟ ମାଗିଥିଲେ। ବଡ଼ଚଣାବାସୀଙ୍କ ଯେଉଁ ଭଳି ସମର୍ଥନ ମିଳୁଛି ଆଗାମୀ ଦିନରେ ବିଜେଡି ଵେଶ ସଫଳତା ପାଇବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି।

Latest Posts

Don't Miss