ବର୍ଷିଲେ ବାବୁସାନ୍ଙ୍କ ଭଉଣୀ, ପ୍ରକୃତିଙ୍କୁ କହିଲେ ନିଜ ରାସ୍ତା ଦେଖ
ଭୁବନେଶ୍ବର: ବାବୁସାନଙ୍କ ବିବାଦରେ ମୁହଁ ଖୋଲିଲେ ଭଉଣୀ ତୃପ୍ତି ମହାନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଲେ ତୃପ୍ତି । ଭାଇର ସଂସାର ଯେତିକି ବରବାଦ୍ କରିବା କଥା କଲ । ଏବେ ନିଜ ରାସ୍ତା ଦେଖ କହିଛନ୍ତି ତୃପ୍ତି । ପୁଣିଥରେ ପରିବାର ପାଖକୁ ଫେରିଆସି ସଂସାର ଗଢିବାକୁ ନିବେଦନ କରିଛନ୍ତି ତାଙ୍କ ଭଉଣୀ ।
ନିଜ ଭୁଲ ବୁଝି ପୁଣିଥରେ ଜୀବନରେ ଆଗକୁ ବଢିବାରେ ଦର୍ଶକ ତାକୁ ସାହାଯ୍ୟ କରନ୍ତୁ । ସଙ୍ଗଦୋଷ କଥାକୁ ବି ଦୋହରାଇଛନ୍ତି ବାବୁସାନ୍ଙ୍କ ଭଉଣୀ । ବାବୁସାନ୍ ଭୁଲ ସଙ୍ଗତରେ ଆସି ଖରାପ ବାଟକୁ ଚାଲି ଯାଇଛନ୍ତି । ଯାହାକି ସମାଜରେ ଗ୍ରହଣୀୟ ନୁହେଁ ।
ଆଜି ସକାଳେ ବି ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍ ଫେରି ନୂଆ ଆରମ୍ଭ କରୁ ବୋଲି ନିବେଦନ କରିଥିଲେ ଅପରାଜିତା । ଏବେ ପୁଣି ବାବୁସାନ୍ଙ୍କ ସଂସାର ସଜାଡି ହେଇଯାଉ ବୋଲି ତାଙ୍କ ଭଉଣୀ ସଭିଙ୍କୁ ଅନୁରୋଧ କରିଛନ୍ତି ।