ଭୁବନେଶ୍ୱରରେ ଷ୍ଟାର ପରିବାର କଳି ଘଟଣା: ଘରେ ନୁହେଁ, ଥାନାରେ ବାବୁସାନଙ୍କୁ କରାଯିବ ପଚରାଉଚରା

ଭୁବନେଶ୍ୱର: ଭୁବନେଶ୍ୱରରେ ଷ୍ଟାର ପରିବାର କଳି ଘଟଣା । ଥାନାରେ ହାଜର ହେବେ ଅଭିନେତା ବାବୁସାନ ମହାନ୍ତି । ଘରେ ନୁହେଁ ଥାନାରେ ଆଜି ବାବୁସାନ ମହାନ୍ତିଙ୍କୁ ହେବ ପଚରାଉଚରା । ଥାନାରେ ବାବୁସାନଙ୍କ ବୟାନ ରେକର୍ଡ କରିବ ପୋଲିସ । ପ୍ରକୃତି ଓ ତୃପ୍ତିଙ୍କ ବୟାନକୁ ଭିତ୍ତି କରି ପୋଲିସ ବାବୁସାନଙ୍କୁ କରିବ ପଚରାଉଚରା । ତୃପ୍ତିଙ୍କ ଅଭିଯୋଗରେ କେତେ ରହିଛି ସତ୍ୟତା ? ପ୍ରକୃତିଙ୍କ ସହ କ’ଣ ରହିଛି ସମ୍ପର୍କ ? ଏଭଳି ବିଭିନ୍ନ ଦିଗକୁ ନେଇ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁପାରେ ପୋଲିସ ।

ଗତକାଲି ଚେନ୍ନାଇରୁ ଫେରିଥିଲେ ବାବୁସାନ୍ । ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବୁ । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦାୟର ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ସେପଟେ ବାବୁସାନ ଓ ତୃପ୍ତି ଫୋନରେ କଥା ହୋଇଛନ୍ତି । ଉଭୟେ ପୁଣି ଏକାଠି ହେବାକୁ ଆଲୋଚନା ଚାଲିଥିବା ସୂଚନା ରହିଛି ।