ଭାରତ ବିପକ୍ଷ ସିରିଜକୁ ୨-୧ରେ ଜିତିଲା ଅଷ୍ଟ୍ରେଲିଆ

1 min read

ଭୁବନେଶ୍ୱର: ଚେନ୍ନାଇରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତକୁ ୨୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଏହା ସହିତ ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ ୨-୧ରେ ଜିତିଯାଇଛି । ଅଷ୍ଟ୍ରେଲିଆ ଦେଇଥିବା ୨୭୦ ରନ ଟାର୍ଗେଟରେ ଭାରତ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ ଓ ଶୁଭମନ ଗିଲ ୩୭ ରନ କରିଥିଲେ ।

ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା ବିଫଳ ହେବା ପରେ ଦଳର ପରାଜୟ ଆଡକୁ ମୁହାଁଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।