ମହିଳା T20 ବିଶ୍ବକପ୍‌; ୬ଷ୍ଠ ଥର ପାଇଁ ଟାଇଟଲ ହାତେଇଲା କଙ୍ଗାରୁ ଦଳ

1 min read

କେପଟାଉନ୍: ଅଷ୍ଟ୍ରେଲିଆ ବିଶ୍ବବିଜେତା । ମହିଳା T20 ବିଶ୍ବକପ୍‌ରେ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଟାଇଟଲ ହାତେଇଲା କଙ୍ଗାରୁ ଦଳ । କେପ୍ ଟାଉନରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି ଅଷ୍ଟ୍ରେଲିଆ ।

ଫଳରେ ଆୟୋଜକ ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ବକପ ଜିତିବାର ଆଶା ମଉଳି ଯାଇଛି। ଆଜି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ବେଥ ମୋନିଙ୍କ ଅପରାଜିତ ୭୪ ରନ ବଳରେ ଅଷ୍ଟ୍ରେଲିଆ ୬ ଓ୍ବିକଟ୍ ହରାଇ କରିଥିଲା ୧୫୬ ରନ୍।

ତେବେ ୧୫୭ ରନର ବିଜୟ ଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୭ ରନ କରିବାରେ ସକ୍ଷମ ହୋଇପାରିଥିଲା। ଦଳ ପକ୍ଷରୁ ଓ୍ବେଲଭାର୍ଡ ସର୍ବାଧିକ ୬୧ ରନ କରିବାରେ ସକ୍ଷମ ହୋଇଥିଲେ। ଏହି ବିଜୟ ସହ ଷଷ୍ଠ ଥର ପାଇଁ ବିଶ୍ବକପ ଜିତିବାରେ ସକ୍ଷମ ହୋଇଛି ଅଷ୍ଟ୍ରେଲିଆ।