ଏପ୍ରିଲ ୩ରେ ଅତାବିରା ଓ ହିନ୍ଦୋଳ NAC ନିର୍ବାଚନ

1 min read
Yellow And Pink Ballot To Be Use In Odisha Municipal Elections Along EVM

ନନ୍ଦିଘୋଷ ବ୍ୟୁରୋ: ଅତାବିରା ଓ ହିନ୍ଦୋଳ NAC ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୩ ରେ ହେବ ନିର୍ବାଚନ। ୯ ମାର୍ଚ୍ଚ ରୁ ୧୫ ମାର୍ଚ୍ଚ ନାମାଙ୍କନ। ୧୭ ମାର୍ଚ୍ଚ ରେ ଯାଞ୍ଚ। ୨୦ ମାର୍ଚ୍ଚ ଭିତରେ ପାର୍ଥିପତ୍ର ପ୍ରତ୍ୟାହାର କରି ପାରିବେ ପାର୍ଥି। ଆଜି ଠୁ ଆଚରଣ ବିଧି ଲାଗୁ ହୋଇଛି। ଅତାବିରା ଓ ହିନ୍ଦୋଳ NAC ର କାର୍ଯ୍ୟକାଳ ୨୦୨୩ ଏପ୍ରିଲ ୧୨ ରେ ଶେଷ ହେଉଛି। ଆଜି ଠୁ  ଆରମ୍ଭ ହୋଇଛି ପ୍ରକ୍ରିୟା।

୧.୧.୨୦୨୩ ମଧ୍ୟରେ କେନ୍ଦ୍ରର ଭୋଟର ତାଲିକା ଅନୁସାରେ ତାଲିକା ପ୍ରସ୍ତୁତ କରାଯାଇଛି। ୨ ଟି NAC ରେ ୨୮ ଟି ବୁଥରେ ୨୩ ହଜାର ୩୯୭ ଭୋଟର ରହିଛନ୍ତି। କାଉନସିଲର ଓ ଚେୟାର ପର୍ସନ ପାଇଁ ପୃଥକ୍ ପୃଥକ୍ ଇଭିଏମ୍ ବ୍ୟବହାର କରାଯିବ। ଇଭିଏମ୍ ରେ ପାର୍ଥ ମାନଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଉଛି। କାଉନସିଲର ମାନେ ୫୦ ହଜାର। ଚେୟାର ପର୍ସନ ୨ ଲକ୍ଷ ଖର୍ଚ୍ଚ କରି ପାରିବେ।

ନିର୍ବାଚନରେ ଭାଗ ନେବାକୁ ହେଲେ ଜଣେ ପାର୍ଥୀ ୨ ଟି ସତ୍ୟପାଠ ଦେବେ । ପ୍ରଥମ ଟି ଶିକ୍ଷାଗତ ଯୋଗ୍ୟତା, ଅପରାଧିକ କାର୍ଯ୍ୟକାପ ଓ ସମ୍ପତି ତାଲିକା ଓ ଅନ୍ୟଟି ଜୀବନ ସାଥୀ ଜୀବିତ ଓ ଦୁଇରୁ ଅଧିକ ପିଲା ନଥିବା ସତ୍ୟପାଠରେ ସ୍ପଷ୍ଟ କରିବାକୁ ପଡିବ  ।