ଏହି ୫ଟି ରାଶିର ପାଇଁ ରହିଛି ମହାସଂଯୋଗ, ମିଳିପାରେ ନିଯୁକ୍ତିର ସୁଯୋଗ
1 min readଆଜିର ପଞ୍ଚାଙ୍ଗ:
୧୭,ଜାନୁଆରୀ, ୨୦୨୧, ରବିବାର
୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,
ମକର ମାସ ୪ ଦିନ,ପୌଷ ମାସ,ଶୁକ୍ଳପକ୍ଷ,
ସକାଳ ୮ଟା ୧୧ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥୀ ତିଥି
ଏହା ପରେ ପଞ୍ଚମୀ ତିଥି
କୁମ୍ଭ ରାଶିରେ ଚନ୍ଦ୍ର ରହିବେ
ପୂର୍ବଭାଦ୍ର ନକ୍ଷତ୍ର
ଯୋଗିନୀ ନୈଋତରେ ରହିବେ
ସକାଳ ୮ଟା୧୧ ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
– ଶୁଭ ସମୟ -ସକାଳ ୭ଟା ୫୦ ମିନିଟ୍ ଠାରୁ ଦିନ ୧୦ଟା ୫୩ ମିନିଟ୍
ଦିନ ୧୨ଟା ୨୨ ମିନିଟ୍ ଠାରୁ ଦିନ ୨ଟା୧୮ ମିନିଟ୍ ପର୍ଯ୍ୟନ୍ତ
– ଅଶୁଭ ସମୟ – ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଶୁଭ ସମୟ
ମେଷ
ଅଶ୍ୱିନୀ ନକ୍ଷତ୍ର – ବିବାଦୀୟ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ, ଧିରସ୍ଥିର ହୋଇ ନିଜ ବୁଦ୍ଧିରେ କାମ କରନ୍ତୁ ।
ଦ୍ୱିଜା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ, ଲକ୍ଷ୍ୟ ପୂରଣ ହେବ, ଆତ୍ମବିଶ୍ୱାସର ସହ ଆଗକୁ ବଢିବେ ।
କୃତ୍ତିକା ନକ୍ଷତ୍ର – ଅର୍ଥ ସମ୍ଭନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟର ପରାମର୍ଶ ନିଅନ୍ତୁ ନଚେତ ବିପଦଜଦ ରହିଛି ।
ଉପାୟ- ମହାଦେବଙ୍କ ମନ୍ଦିରରେ ଗୁଡ ଦାନ କରନ୍ତୁ ।
ବୃଷ
କୃତ୍ତିକା ନକ୍ଷତ୍ର – ଦିନଟି ସାମାନ୍ୟ ରହିଛି, ଆଳସ୍ୟ ଓ ଥକାପଣ ମନକୁ ନେଇ କିଛି କାମ ଅଧାରେ ଅଟକିଯିବ, ବ୍ୟସ୍ତତା ମଧ୍ୟରେ ସମୟ କଟିବ ।
ରୋହିଣୀ ନକ୍ଷତ୍ର – ଜୀବନରେ ଆଗକୁ ବଢିବା ପାଇଁ ନୂଆ ରାସ୍ତା ମିଳିବ, ଲକ୍ଷ୍ୟ ପୂରଣ ହେବ ।
ମୃଗଶିରା ନକ୍ଷତ୍ର – ଜୀବନସାଥୀଙ୍କ ସହଯୋଗ ପାଇବେ, ସ୍ୱାସ୍ଥ୍ୟ ଭଲ ରହିବ ।
ଉପାୟ-ମା’ଦୁର୍ଗାଙ୍କୁ ଦୁର୍ବା ଓ ଲାଲ ଫୁଲ ଅର୍ପଣ କରନ୍ତୁ ।
ମିଥୁନ
ମୃଗଶିରା ନକ୍ଷତ୍ର – କିଛି ନୂଆ କଥା ଶିଖିବାକୁ ମିଳିବ, ଆୟ ବଢିବ, ପୂର୍ବରୁ ଥିବା ସମସ୍ୟା ଦୂର ହେବ ।
ଆର୍ଦ୍ରା ନକ୍ଷତ୍ର – ପରିଶ୍ରମ ଅନୁଯାୟୀ ମିଳିବ ସଫଳତା କାର୍ଯ୍ୟଭାର ବୃଦ୍ଧି ପାଇବ ।
ପୁନର୍ବସୁ ନକ୍ଷତ୍ର – ମାର୍କେଟିଙ୍ଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭ ଦାୟକ ରହିବ, ମିତ୍ର ବନ୍ଧୁଙ୍କର ସହଯୋଗ ପାଇବେ ।
ଉପାୟ- ମିଠାଖାଇ ଜଳପାନ କରନ୍ତୁ ।
କର୍କଟ
ପୁନର୍ବସୁ ନକ୍ଷତ୍ର – ନିଜ କାମକୁ ନେଇ ପରା ଦିନ ମନ ଉତ୍ସାହ ରହିବ, ଅର୍ଥ ଲାଭର ସୁଯୋଗ ଆସିବ ।
ପୁଷ୍ୟା ନକ୍ଷତ୍ର – ନିଜ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
ଅଶ୍ଳେଷା ନକ୍ଷତ୍ର – ଖର୍ଚ୍ଚକୁ ନେଇ ନିୟନ୍ଚ୍ରଣ ରହିବ ନାହିଁ, ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ ।
ଉପାୟ- ପକ୍ଷୀମାନଙ୍କୁ ଚାଉଳ ଡାଲି ଖାଇବାକୁ ଦିଅନ୍ତୁ ।
ସିଂହ
ମଘା ନକ୍ଷତ୍ର – ଜୀବନସାଥୀ ଓ ପରିବାରଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ, ନିଜ ଚେଷ୍ଟାରେ ସଫଳତା ପାଇବେ ।
ପୂର୍ବା ଫାଲଗୁନ- ନିଜ କାମକୁ ନେଇ ବ୍ୟସ୍ତ ରହିବେ ।
ଉତ୍ତରା ଫାଲଗୁନୀ- ପୁରା ଦିନଟି ଆନନ୍ଦଦାୟକ ରହିବ, ଆତ୍ମବିଶ୍ୱାସର ସହିତ ଆଗକୁ ବଢନ୍ତୁ ।
ଉପାୟ -ଗୋଟିଏ ମୟୁର ଚନ୍ଦ୍ରିକା ନିଜ ପାଖରେ ରଖନ୍ତୁ ।
କନ୍ୟା
ଉତ୍ତରା ଫାଲଗୁନୀ- କିଛି ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି ।
ହସ୍ତା ନକ୍ଷତ୍ର – ପୂରା ଦିନ ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ, ସାହାଯ୍ୟ, ସହଯୋଗ ପାଇବେ, ପାରିବାରିକ ଜୀବନ ସନ୍ତୋଷଜନକ ହେବ ।
ଚିତ୍ରା ନକ୍ଷତ୍ର – ଦିନଟି ସାମାନ୍ୟ ରହିବ,ସ୍ୱାସ୍ଥ୍ୟ ସମସ୍ୟା ପ୍ରଭାବିତ ହେବ ।
ଉପାୟ- ଭଗବାନ ହନୁମାନଙ୍କୁ ଦର୍ଶନ କରନ୍ତୁ, ଚାଳିଶା ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।
ତୁଳା
ଚିତ୍ରା ନକ୍ଷତ୍ର – ଦିନଟି ଭଲ ରହିବ ନାହିଁ । ଗାଡି ଚଳାଇବା ବେଳେ ସତର୍କ ରୁହନ୍ତୁ ।
ସ୍ୱାତୀ ନକ୍ଷତ୍ର – କାର୍ଯ୍ୟଭାରକୁ ନେଇ ବ୍ୟସ୍ତତା ଭିତରେ ସମୟ କଟିବ, କିଛି କାମ ଅଧାରେ ଅଟକି ଯିବ ।
ବିଶାଖା ନକ୍ଷତ୍ର – ପୁରା ଦିନ ଉତ୍ସାହ ପୂର୍ଣ୍ଣ ରହିବ, ବନ୍ଧୁଙ୍କ ସମୟରେ ସମୟ କଟିବ ।
ଉପାୟ- ଦହି ଖାଆନ୍ତୁ, ଧଳା ବସ୍ତ୍ର ପରିଧାନ କରନ୍ତୁ ।
ବିଛା
ବିଶାଖା ନକ୍ଷତ୍ର– ଦିନ ଚର୍ଯ୍ୟାରେ ପରିବର୍ତ୍ତନ ଆସିବ, ପରିବାର ସହିତ ପୂରା ଦିନ କଟିବ ।
ଅନୁରାଧା ନକ୍ଷତ୍ର- ଅଧୁରା କାମକୁ ପୁରା କରିବାରେ ବନ୍ଧୁଙ୍କର ସହଯୋଗ ପାଇବେ ।
ଜ୍ୟେଷ୍ଠା ନକ୍ଷତ୍ର – ଦିନଟି ସାମାନ୍ୟ ରହିଛି, ଅର୍ଥ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ ।
ଉପାୟ- ତୁଳସୀ ମୂଳରେ ମିଠାଜଳ ଅର୍ପଣ କରନ୍ତୁ ।
ଧନୁ
ମୂଳା ନକ୍ଷତ୍ର – ଆପଣଙ୍କ ପରିଶ୍ରମ ସାର୍ଥକ ହେବ, ପୁରା ଦିନ ଆରାମଦାୟକ ରହିବ ।
ପୂର୍ବାଷାଢା ନକ୍ଷତ୍ର – କିଛି କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି,କଳହ ଦେଖାଦେଇପାରେ, ସତର୍କ ହୋଇ ରୁହନ୍ତୁ ।
ଉତ୍ତରାଷାଢା ନକ୍ଷତ୍ର- କ୍ରୋଧ ଉପରେ ନିନ୍ତ୍ରଣ ରଖନ୍ତୁ, ନଚେତ ନିଜେ ବିପଦରେ ପଡିବେ ।
ଉପାୟ-ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।
ମକର
ଉତ୍ତରାଷାଢା ନକ୍ଷତ୍ର – ନିଜ ଲୋକଙ୍କର ବ୍ୟବହାରକୁ ନେଇ ମନ ଖରାପ ରହିବ ।
ଶ୍ରବଣା ନକ୍ଷତ୍ର – ଅପେକ୍ଷାରେ ଥିବା ଖବର ପାଇ ଖୁସି ଅନୁଭବ କରିବେ ।
ଧନିଷ୍ଠା ନକ୍ଷତ୍ର – ବିଶ୍ୱସ୍ତ ଲୋକ କିଛି କଥାକୁ ନେଇ ବିରୋଧ କରିପାରନ୍ତି ।
ଉପାୟ- ଅସହାୟ ବ୍ୟକ୍ତିକୁ ଫଳ ଦାନ କରନ୍ତୁ ।
କୁମ୍ଭ
ଧନିଷ୍ଠା ନକ୍ଷତ୍ର – ଜଗିରଖି ଚଳିବାକୁ ଚେଷ୍ଟା କରନ୍ତୁ, ବିପଦ ରହିଛି ।
ଶତଭିଷା ନକ୍ଷତ୍ର – ଆର୍ଥିକସ୍ଥିତିରେ ସୁଧାର ଆସିପାରେ, ପୁରା ଦିନ ଉତ୍ସାହପୂର୍ଣ୍ଣ ରହିବ ।
ପୂର୍ବଭାଦ୍ର ନକ୍ଷତ୍ର –ଅନ୍ୟକୁ ସନ୍ଦେହ ନ କରି ନିଜ ଉପରେ ବିଶ୍ବାସ ରଖି ଚଳିବାକୁ ଚେଷ୍ଟା କରନ୍ତୁ ।
ଉପାୟ- ମଥାର ହଳଦୀ ଟିକା ଲଗାନ୍ତୁ, କାର୍ଯ୍ୟ ସଫଳ ହେବ ।
ମୀନ
ପୂର୍ବଭାଦ୍ର ନକ୍ଷତ୍ର – ପରିବାର ମଧ୍ୟରେ ଶାନ୍ତି ରଖନ୍ତୁ, ଯୁକ୍ତିତର୍କ ଠାରୁ ଦୁରେଇ ଯାଆନ୍ତୁ ।
ଉତ୍ତରଭାଦ୍ର ନକ୍ଷତ୍ର – ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ ।
ରେବତୀ ନକ୍ଷତ୍ର – ସ୍ୱାସ୍ଥ୍ୟ ଓ ମନ ଭଲ ରହିବ, ଆଶାଜନକ ସଫଳତା ମିଳିବ ।
ଉପାୟ -ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।
ମହାଉପାୟ
ତିନୋଟି ଧାତୁରେ ନିର୍ମିତ ମୁଦି ଦ୍ୱାରା ଦୂର ହେବ ଦୁର୍ଭାଗ୍ୟ । ମିଳିବ ସ୍ୱାସ୍ଥ୍ୟ, ଅର୍ଥ ଓ ମାନସିକ ଶାନ୍ତି । ଜ୍ୟୋତିଷ ଶାସ୍ତ୍ର ନିୟମ କଣ କହୁଛି । ଜାଣିବା ଆଜିର ମହାଉପାୟରେ ଏହାର ବ୍ୟବହାର ସଂପର୍କରେ କୌଣସି ଶୁକ୍ଳପକ୍ଷ ରବିବାର ଦିନ ତିନୋଟି ଧାତୁକୁ ଆଣନ୍ତୁ । ସୁନା,ରୂପା,ତମ୍ବା ସମାନ ଭାବରେ ନେଇ ଏକ ମୁଦି ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ହେବା ପରେ ଏହାକୁ କୌଣସି ଶିବ ମନ୍ଦିରରେ ବିଧିବଧ ଭାବରେ । ପୂଜାର୍ଚ୍ଚନା କରି ଗୋଟିଏ ଦିନ ପଞ୍ଚାମୃତରେ ରଖନ୍ତୁ । ତା’ପରେ ଡାହାଣ ହସ୍ର ଅନାମିକା ଅର୍ଥାତ୍ ରିଙ୍ଗ ଫିଙ୍ଗର୍ରେ ରବିବାର ଦିନ ପ୍ରାତଃ ସମୟରେ ଅଥବା ସୂର୍ଯ୍ୟାସ୍ତର ଅଧଘଣ୍ଟା ପୂର୍ବରୁ ଧାରଣ କରିବେ । ଏହି ଦିବ୍ୟ ପ୍ରୟୋଗ ଦ୍ୱାରା ଆପଣଙ୍କୁ ରବି,ମଙ୍ଗଳ,ବୃହସ୍ପତି,ଚନ୍ଦ୍ର ଗ୍ରହ ପୀଡାରୁ ମିଳିବ ମୁକ୍ତି । ପ୍ରତିଟି କାମରୁ ମିଳିବ ସଫଳତା ।
ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ
ଯୋଗାଯୋଗ- 9938571935