ଏସିଆ କପରେ ଭାରତର ଏହି ଖେଳାଳିଙ୍କ ଉପରେ ରହିବ ନଜର..

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆ କପକୁ ଆଉମାତ୍ର ଦିନ କେଇଟା ବାକିଥିବାବେଳେ ଟୁର୍ଣ୍ଣାମେଣ୍ଟରେ କିଏ ଚାମ୍ପିୟନ ହେବ କେଉଁ ଖେଳାଳି କିଭଳି ପ୍ରଦର୍ଶନ କରିବେ ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଭାରତର ୫ଜଣ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର । ଭାରତ ନିଜର ଅଭିଯାନ ଶତୃ ଦେଶ ବିପକ୍ଷରେ ଆରମ୍ଭ କରିବାକୁ ଯାଉଥିବାବେଳେ କିଭଳି ପ୍ରଦର୍ଶନ କରିବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆର ପାଞ୍ଚଜଣ ଖେଳାଳି ଭାରତକୁ ଟାଇଟଲ୍ ଜିତାଇପାରିବେ । ତେବେ ଏହି ତାଲିକାରେ ପ୍ରଥମେ ବିରାଟ କୋହଲି ନାମ ଆସିବ । କୋହଲିଙ୍କ ସହ ତିଲକ ଭର୍ମା, ଜସପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡେଜା ଏବଂ ଇଶାନ କିଶନ ଭଲ ପ୍ରଦର୍ଶନ କରିପାରିବେ।

ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ଭର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି -20 ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ଭାରତ ପାଇଁ ଏପର୍ଯ୍ୟନ୍ତ ଖେଳାଯାଇଥିବା 7 ଟି ମ୍ୟାଚରେ 174 ରନ୍ ସଂଗ୍ରହ କରିଛନ୍ତି। ତିଲକ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେଥିପାଇଁ ସେ ଏସିଆ କପ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଏଣୁ ତିଲକ ଏସିଆ କପରେ ଭଲ ପ୍ରଦର୍ଶନ କରିପାରନ୍ତି ବୋଲି ଆଶା ରଖାଯାଇଛି |

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଶାନ କିଶନ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ODIରେ ତିନି ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ଏସିଆ କପରେ ମଧ୍ୟ ଇଶାନ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।

ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅନେକ ଥର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୭୭ଟି ODI ରେ ୨୫୬୦ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ୧୯୪ ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି। ଏପରିକି ବଡ଼ ଟୁର୍ଣ୍ଣାମେଣ୍ଟରେ ଜାଡେଜା ଭଲ ପ୍ରଦର୍ଶନ କରନ୍ତି  ।

ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏକ ଭଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ସେ ଆୟର୍ଲାଣ୍ଡ ବିପକ୍ଷ ଟି -20 ସିରିଜରେ ୪ଟି ୱିକେଟ୍ ନେଇଥିଲେ। ଆହତ କାରଣରୁ ବୁମ୍ରା ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିଥିଲେ। ସେ ଏସିଆ କପରେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ଜିତିବା ପ୍ରଦର୍ଶନ କରିପାରିବେ |