ଧୋନିଙ୍କ ପାଇଁ ଭାରତରେ ଅବସର ନେଇ ପାରିଲେନି ଅଶ୍ବିନୀ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି କି, କ୍ୟାରିୟରର ଶେଷ ମ୍ୟାଚ ଭାରତରେ ଖେଳିବା ପାଇଁ ଚାହୁଁଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ତେବେ ଏହା ପଛରେ ରହିଛନ୍ତି ଭାରତକୁ ଦୁଇଟି ବିଶ୍ବକପ ଦେଇଥିବା ମହେନ୍ଦ୍ର ସିଂ ଧୋନି । ସିଏସକେର ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଅଶ୍ବିନୀ କହିଛନ୍ତି କି, ସେ ୨୦୨୪ରେ ଧର୍ମଶାଳାରେ ନିଜ କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ । ତେବେ ଏହି ମ୍ୟାଚରେ ସେ ଅବସର ନେବେ ବୋଲି ଯୋଜନା କରିଥିଲେ । ଏଣୁ ସେ ଧୋନୀଙ୍କୁ ଏହି ମ୍ୟାଚ ସମୟରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଧୋନୀଙ୍କ ଠାରୁ ସମ୍ମାନଜନକ ଭାବେ ଅବସର ନେବେ ବୋଲି ଭାବିଥିଲେ । ମାତ୍ର ଧୋନୀ ଏଠାକୁ ଆସିନଥିଲେ । ଯେଉଁ କାରଣରୁ ସେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ତେବେ କହି ରଖୁଛୁ କି, ଗତବର୍ଷ ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅବସର ଘୋଷଣା କରିଛନ୍ତି ଅଶ୍ବିନୀ ।