ଭୂକମ୍ପରେ ଥରିଲା ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶ । ଘଣ୍ଟାଏ ବ୍ୟବଧାନରେ ଦୁଇଟି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରଥମେ ରାତି ଗୋଟାଏ ୪୫ ମିନିଟରେ ଥରିଥିଲା ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ୍ । ଅରୁଣାଚଳ ପ୍ରଦେଶରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ ହୋଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।

ଏହାର ପ୍ରାୟ ୩୦ ମିନିଟ୍ ପରେ ରାଜସ୍ଥାନରେ ଅନୁଭୂତ ହୋଇଛି ଭୂକମ୍ପ । ରାଜସ୍ଥାନ ବିକାନେରରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଛି । ବିକାନେରଠାରୁ ୫୧୬ କିଲୋମିଟର ପଶ୍ଚିମରେ ରହିଛି ଭୂମିକମ୍ପର କେନ୍ଦ୍ରସ୍ଥଳ । ଏଠାରେ ମଧ୍ୟ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଗତ ୨୨ ତାରିଖରେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ହୋଇଥିଲା ।