ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ମିଳିଥିବା ସିଂହ ମୂର୍ତ୍ତିକୁ ନେଇ ମୁହଁ ଖୋଲିଲେ ପ୍ରତ୍ନତତ୍ତ୍ୱବିତ, ଜାଣନ୍ତୁ କ’ଣ କହୁଛନ୍ତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ମିଳିଥିବା ସିଂହ ମୂର୍ତ୍ତିକୁ ନେଇ ମୁହଁ ଖୋଲିଲେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ ରାଜେଶ ପୁରୋହିତ । ମିଳିଥିବା ସିଂହ ମୂର୍ତ୍ତିଟି ସ୍ୟାଣ୍ଡ ଷ୍ଟୋନର ହୋଇଥିବା ନେଇ ସେ ମତ ଦେଇଛନ୍ତି । ସିଂହ ମୂର୍ତ୍ତିକୁ ନେଇ ସ୍ପଷ୍ଟତା ମିଳିନଥିବାରୁ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି । ସେହିପରି ପୁରୀ ଶ୍ରୀମନ୍ଦିରର ନିର୍ମାଣ ଶୈଳୀର ସ୍ୱତନ୍ତ୍ରତା ରହିଥିବା ବେଳେ ବର୍ତ୍ତମାନ କରାଯାଉଥିବା ବିକାଶ କାର୍ଯ୍ୟ ଦ୍ୱାରା ହୋଇଥିବା ଖନନ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ସେ ନନ୍ଦିଘୋଷ ଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ସିଂହ ମୂର୍ତ୍ତି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ହେଉଥିବା ଅଞ୍ଚଳରେ ଜିପିଆରଏସ୍ ହୋଇନଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ବିରୋଧୀ । ଯାହାର ଜବାବ ଏକ ଭିନ୍ନ ଅନ୍ଦାଜରେ ରଖିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର ।

ଜିପଆରଏସ୍ ସର୍ଭେ ନେଇ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଥିଲେ ପିନାକୀ ମିଶ୍ର । ସମ୍ବିତ ପାତ୍ରଙ୍କ ପାଇଁ ଆଇନ ପରିବର୍ତ୍ତନ ହେବା ଆବଶ୍ୟକ । ଦ୍ୱିତୀୟ ଥର ଜିପିଆରଏସ ହୋଇପାରିବନି ବୋଲି ଆଇନ ହେଲେ ସମ୍ବିତ ଖୁସି ହୁଅନ୍ତେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅତିତରେ ଜିପିଆରଏସ ହୋଇଥିବା ପ୍ରମାଣ ଦେଇଥିଲେ ପିନାକୀ ।

କିନ୍ତୁ ଗତକାଲି ପୁଣି ଜିପିଆରଏସ ସର୍ଭେ ହୋଇଥିଲା । ଏହାକୁ ନେଇ ସମ୍ବିତ ପାତ୍ର ବିଭିନ୍ନ ପ୍ରଶ୍ନ ଉଠାଇଥିଲେ । ସମ୍ବିତ କହିଥିଲେ ଯେ ପୂର୍ବରୁ କେବେ ସର୍ଭେ ହୋଇନଥିଲା । ସେଥିପାଇଁ ଗତକାଲି ପୁଣି ସର୍ଭେ କରାଗଲା । ସମ୍ବିତଙ୍କ ଏଭଳି ଅଭିଯୋଗକୁ ମିଥ୍ୟା ଦର୍ଶାଇବାକୁ ଯାଇ ପୁରୀ ସାଂସଦ ପିନାକ ମିଶ୍ର ଏଭଳି କଟାକ୍ଷ କରିଛନ୍ତି । ଏବଂ ବିଜେପି ନେତା ସମ୍ବିତ ପାତ୍ରଙ୍କୁ କଡ଼ା କଟାକ୍ଷ କରିଛନ୍ତି  ।