ଓଡ଼ିଶାର ମନ୍ଦିର ପାଇଁ ଅନୁଦାନ କମାଉଛି ଏଏସ୍ଆଇ

1 min read

ନୂଆଦିଲ୍ଲୀ: ଶ୍ରୀମନ୍ଦିର ତଥା ଓଡ଼ିଶାର ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିର ସଂରକ୍ଷଣ ବାବଦରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପ୍ରତିବର୍ଷ ଖର୍ଚ୍ଚ କମାଉଛି । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ଉତ୍ତରରୁ ଏହା ଜଣାପଡ଼ିଛି । ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୨୦୧୬-୧୭ରେ ୬କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୭-୧୮ରେ କିନ୍ତୁ ଏହା ୪ କୋଟି ୨ ଲକ୍ଷକୁ ହ୍ର।ସ ପାଇଥିଲା । ସେହିପରି ୨୦୧୮-୧୯ରେ ଏହା ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି  ।

ସେହିପରି ଅନ୍ୟ ୮୦ ଟି କୀର୍ତ୍ତିରାଜି ବାବଦରେ ୨୦୧୬-୧୭ରେ ୮ କୋଟି ୬୫ ଲକ୍ଷ ଖର୍ଚ୍ଚ ହୋଇଥିବାବେଳେ ୨୦୧୭-୧୮ରେ ୬ କୋଟି ୮୯ ଲକ୍ଷ, ୨୦୧୮-୧୯ରେ ୫ କୋଟି ୯୦ ଲକ୍ଷ ଖର୍ଚ୍ଚ ହୋଇଥିବା କହିଛନ୍ତି ମନ୍ତ୍ରୀ । ସେହିଭଳି ଲିଙ୍ଗରାଜ ମନ୍ଦିର ପାଇଁ ୨୦୧୬-୧୭ରେ ୧୧ ଲକ୍ଷ ୮୬ ହଜାର, ୨୦୧୭-୧୮ରେ ୭ ଲକ୍ଷ ୧୨ ହଜାର, ୨୦୧୮-୧୯ରେ ମାତ୍ର ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗୃହକୁ ଜଣାଇଛନ୍ତି ମନ୍ତ୍ରୀ । ତେବେ କେଉଁ କାରଣରୁ ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ବାବଦ ଖର୍ଚ୍ଚ ହ୍ର।ସ କରାଯାଇଛି ସେ ନେଇ ମନ୍ତ୍ରୀ କୈାଣସି ସ୍ପଷ୍ଟ ଉତ୍ତର ରଖିନାହାଁନ୍ତି ।

Leave a Reply