ଆପଲ ଓ୍ୱାଚ୍‌ର ନୂଆ ଫିଚର, କହିବ ଆପଣ କେତେ ପରିମାଣରେ ମଦ ପିଇଛନ୍ତି

1 min read

ନୂଆଦିଲ୍ଲୀ: ଆପଲ୍ ୱାଚ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। କାରଣ ବଜାରକୁ ଆସିବାକୁ ଯାଉଛି ଏହି ଆପଲ ଓ୍ୱାଚ୍‌ର ନୂଆ ମଡେଲେ । ଏହି ମଡେଲରେ ଫିଚର ସମ୍ପୂର୍ଣ୍ଣ ନୂଆ ରହିବ। ଏମିତି କିଛି ଫିଚର୍ସ ରହିବ ଯାହା ଜାଣିଲାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଫେବୃଆରୀ ୨୦୨୧ ରେ ଆମେରିକାର ପେଟେଣ୍ଟ ଏବଂ ଟ୍ରେଡ୍ ମାର୍କ ଅଫିସ୍ ରେ ଏକ ଟାଇଟଲ୍ ପେଟେଣ୍ଟ୍ ଦାଖଲ କରାଯାଇଛି।

ଏହି ପେଟେଣ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଆପଲ୍ ବ୍ଲଡ ସୁଗାର ପଢ଼ିବା ଉପରେ କାମ କରିପାରେ। ଯାହାଦ୍ୱାରା ବଜାରକୁ ଆସିବାକୁ ଥିବା ଆପଲ୍ ୱାଚ୍ ର ଫିଚରରେ ଗ୍ଲୁକୋଜ୍‌ର ସ୍ତରକୁ ରିଡିଂ କରିବାର କ୍ଷମତା ରହିଛି । ନିକଟରେ ବ୍ରିଟେନର ସ୍ୱାସ୍ଥ୍ୟ ବୈଷୟିକ ସଂସ୍ଥା ରକଲି ଫୋଟନିକ୍ସ ସ୍ପଷ୍ଟ କରିଛି ଯେ ଗତ ଦୁଇ ବର୍ଷ ଧରି ଆପଲ୍ କମ୍ପାନୀ ସହିତ ଜଡିତ ଅଛି। ଏହି କମ୍ପାନୀ ମୁଖ୍ୟତ ରକ୍ତ ଗ୍ଲୁକୋଜ ସ୍ତରର ଟ୍ରାକିଂ କରିଥାଏ।

ମିଡିଆ ରିପୋର୍ଟ ଅନୁଯାୟୀ, ନିକଟରେ ହୋଇଥିବା ଏକ SEC ଦାଖଲରେ ରକଲି ଫୋଟନିକ୍ସ ଆପଲକୁ ଏହାର ସବୁଠାରୁ ବଡ ଗ୍ରାହକ ବୋଲି ବର୍ଣ୍ଣନା କରିଛି। ଏହା ଦର୍ଶାଏ ଯେ ଆପଲ୍ ଏହି ଟେକ୍ନୋଲୋଜିରେ କାମ କରୁଛି ଏବଂ ଏହାକୁ ନିଜ ଡିଭାଇସକୁ ଆଣିପାରେ, ଯାହା ଆପଲ୍ ୱାଚ୍ ରେ ଆସିବାର ସମ୍ଭାବନା ଅଧିକ। ଆପଲ୍ ପୂର୍ବରୁ ମଧ୍ୟ ନିଜ କମ୍ପାନୀର ଘଣ୍ଟାରେ ହୃଦସ୍ପନ୍ଦନ ମନିଟର ଏବଂ SpO2 ମନିଟର ପ୍ରଦାନ କରିସାରିଛି।

ରକ୍ତରେ ଥିବା ଗ୍ଲୁକୋଜର ସ୍ତର ଉପରେ ନଜର ରଖିବା ସହିତ ରକଲି ରକ୍ତଚାପ ଏବଂ ମଦ୍ୟପାନ ସ୍ତର ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ଏହି ଦୁଇଟି ଫିଚର ଆଗାମୀ ଆପଲ୍ ୱାଚରେ ଆସିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply