ପଦ୍ମଶ୍ରୀ ପାଇବାକୁ ଯାଉଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସହିତ୍ୟିକ ତଥା ପଦ୍ମଶ୍ରୀ ସମ୍ନାନରେ ସମ୍ମାନିତ ହେବାକୁ ଯାଉଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର  । ପଦ୍ମଶ୍ରୀ ସମ୍ନାନରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର ।

ମୁଖ୍ୟମନ୍ତ୍ରୀ ଭେଟିବା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କହିଲେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟି ମୁଁ ବହୁତ ଖୁସି। ଓଡ଼ିଆ ଭାଷା, ସାହିତ୍ୟର ପ୍ରସାରରେ ତାଙ୍କ ଅବଦାନ ସମସ୍ତଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ଼ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।