ଗୁଜୁରାଟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ସୁରତ: ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଜିନମ ସିକ୍ବେନ୍ସିଂ ପରେ ଏହା ସ୍ପଷ୍ଟ ହୋଇଥିଲା । ବ୍ୟକ୍ତି ଜଣକ ନିଜ ବ୍ୟବସାୟ ପାଇଁ ଦକ୍ଷିଣ ଆଫ୍ରିକାରେ ରହିଥିଲେ । ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ ।

ଗତ ୩ ତାରିଖରେ ପହଞ୍ଚିବା ପରେ ସେ କରୋନା ପରୀକ୍ଷା କରାଇଥିଲା । ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ୮ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହାକୁ ମିଶାଇ ଗୁଜୁରାଟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରୁ ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

 

Leave a Reply