ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

1 min read

ଭୁବନେଶ୍ୱର: କରୋନା କବ୍‌ଜାରେ ରାଜ୍ୟର ଆଉ ଜଣେ ରୋଗୀ । ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ କଳାହାଣ୍ଡି ଜିଲ୍ଲାର ସେ ନିକଟ ଅତୀତରେ ବାହାରିନ୍‌ରୁ ଫେରିଛନ୍ତି । ଶନିବାର ମୋଟ ୩୦୪ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ପଜିଟିଭ ରହିଛି ।

ଏଯାବତ୍ ମୋଟ ୧୬୯୯ ରୋଗୀଙ୍କ ସ୍ୱାବ୍‌ ପରୀକ୍ଷା ହୋଇଥିବା ବେଳେ ୨୧ ଜଣଙ୍କ ରିପୋର୍ଟ ପଜିଟିଭ୍‌ ରହିଛି ।  ତେବେ ଏହି ରୋଗୀଙ୍କ ବାହାର ଲିଙ୍କ୍‌ ରହିଥିଲେ ମଧ୍ୟ ତାଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ହୋଇଛି କି ନାହିଁ ସେ ନେଇ ଏଯାଏଁ ସୂଚନା ମିଳିନାହିଁ । ତେବେ ଖୁବଶୀଘ୍ର ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେ କାହା କାହା ସମ୍ପର୍କରେ ଆସିଥିଲେ ସେ ନେଇ ତଦନ୍ତ କରାଯିବ ।

https://youtu.be/BD2Lhh2Gz60

Leave a Reply