ରାଜଧାନୀରୁ ୧୭ କରୋନା ପଜିଟିଭ ଚିହ୍ନଟ: ସଂକ୍ରମିତଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା
1 min readଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଓ ୨ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଡୁମଡୁମା ଅଞ୍ଚଳର ୪୦ ବର୍ଷୀୟ ମହିଳା ଓ ୩୦ ବର୍ଷୀୟ ଜଣେ ପୁରୁଷ ରହିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 6th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/SfwsWqJmfu— BMC (@bmcbbsr) July 6, 2020
ସେହିପରି ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ୬୩ ବର୍ଷୀୟ ଜଣ ପୁରୁଷ, ବିଜେବି ନଗରର ୨୩ ବର୍ଷୀୟ ଜଣେ ପୁରୁଷ, ଦାସପୁର ଅନ୍ଧାରୁଆ ଅଞ୍ଚଳର ଜଣେ ୪୦ ବର୍ଷୀୟା ମହିଳା, ସତ୍ୟବାଦୀ ନଗର ଲେନ୍-୧ ର ୨୯ ବର୍ଷୀୟ ମହିଳା, ଚକେସିଆଣି ମଙ୍ଗଳା ମନ୍ଦିର ନିକଟରୁ ୬୭ ବର୍ଷୀୟ ଜଣେ ପୁରୁଷ, କେନ୍ଦ୍ର ସରକାରଙ୍କ ହସ୍ପିଟାଲର ୨୨ ବର୍ଷୀୟ ଓ ୨୬ ବର୍ଷୀୟ ୨ ଜଣ ଯୁବକ ଓ ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ୩୨ ବର୍ଷୀୟ ମହିଳା ମଧ୍ୟ ଚିହ୍ନଟ ହୋଇଛନ୍ତି । ସେ ଅନ୍ୟ ଜିଲ୍ଲାର ବାସିନ୍ଦା ଏଠାରେ ଚିକିତ୍ସିତ ହେଉଥିଲେ । ତେବେ ସଂକ୍ରମିତ ହୋଇଥିବା କରୋନା ଯୋଦ୍ଧା ମାନେ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୨୬ ଓ ଅନ୍ୟ ଜଣଙ୍କ ୩୫ ବର୍ଷ । ଉଭୟ ପୁରୁଷ କୋଭିଡ ଯୋଦ୍ଧା । ଏଥିସହିତ ୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
କରୋନାକୁ ନେଇ WHOକୁ ୨୩୯ ବୈଜ୍ଞାନିକଙ୍କ ଚେତାବନୀ, କହିଲେ ଏମିତି ଭୟଙ୍କର କଥା