ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ଆନ୍ଧ୍ରପ୍ରଦେଶ ପରିବହନ ମନ୍ତ୍ରୀଙ୍କ ସ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ମୁଁ ମନ୍ତ୍ରୀଙ୍କ ସ୍ତ୍ରୀ । ତୁମକୁ ଦରମା କିଏ ଦେଉଛି? ଏଭଳି କିଛି ଜଣେ ଟ୍ରାଫିକ ପୋଲିସଙ୍କୁ କହିଛନ୍ତି ଆନ୍ଧ୍ରପ୍ରଦେଶର ପରିବହନ ମନ୍ତ୍ରୀ ରାମପ୍ରସାଦ ରେଡ୍ଡିଙ୍କ ପତ୍ନୀ ହରିଥା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ୟୁଜର୍ସମାନେ ସୋସିଆଲ ମିଡିଆରେ ଟ୍ରୋଲ କରୁଥିବାବେଳେ ଦୃଢ଼ଭାବେ ନିନ୍ଦା କରୁଛନ୍ତି । ସେପଟେ ysr କଂଗ୍ରେସ ପକ୍ଷରୁ ଏହାକୁ ଘୋର ବିରୋଧ ମଧ୍ୟ କରାଯାଇଛି ।

କହି ରଖୁଛୁ କି, ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଟ୍ରାଫିକ ଭିଡ଼ରେ ଫସି ଯାଇଥିଲେ ହରିଥା । ଆଉ ସେ ବିରକ୍ତ ହୋଇ ଟ୍ରାଫିକ ପୋଲିସଙ୍କୁ ଡାକିବା ସହ ତାଙ୍କୁ କହିଥିଲେ କି, ତୁମକୁ ଦରମା କିଏ ଦେଉଛି । ଏଭଳି ତାଙ୍କ ସହ ବ୍ୟବହାର କରିଥିବାବେଳେ ସେଠାରେ ଛିଡ଼ା ହୋଇଥିବା କିଛି ଲୋକ ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ସେୟାର କରିବା ସହ ବିଭିନ୍ନ କମେଣ୍ଟମାନେ ଦେଉଛନ୍ତି । ତେବେ ଟ୍ରାଫିକ୍ ଜାମ ଥିବାରୁ ଅଧଘଣ୍ଟା ଫସି ରହିଥିଲେ ହରିଥା । ଏହାପରେ ସେ ଟ୍ରାଫିକ ବାବୁଙ୍କୁ କହିଥିଲେ କି, ତୁମକୁ ଦରମା କିଏ ଦେଉଛି । YSR କଂଗ୍ରେସ ତୁମକୁ ଦରମା ଦେଉଛି କି?