ଦେବ ଉତଥାପନ ଏକାଦଶୀରେ ଏହି କାର୍ଯ୍ୟ କଲେ ନାରାଜ ହୋଇପାରନ୍ତି ଭଗବାନ ବିଷ୍ଣୁ

1 min read

ଭୁବନେଶ୍ୱର: ଶ୍ରୀ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ବ୍ରତ ହେଉଛି ଏକାଦଶୀ । ଏହା ମଧ୍ୟରେ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଦେବୋତ୍ଥାପନ ଏକାଦଶୀ ବା ବଡ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି  । ଏହି ଦିନ ଶ୍ରୀ ହରି ବିଷ୍ଣୁ ଚାରିମାସର ନିଦ୍ରା ଶେଷ କରି  ଉଠୁଥିବାରୁ  ଏହାକୁ ଦେବୋତ୍ଥାପନ ଏକାଦଶୀ କୁହାଯାଏ ।

ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କ ସ୍ବରୁପ ଶାଳଗ୍ରାମଙ୍କର ବିବାହ ତୁଳସୀ ସହ ଅନୁଷ୍ଠିତ ହୋଇଥାଏ । ତେଣୁ ଏହି ପବିତ୍ର  ଦିନରେ ଭଗବାନ ବିଷ୍ଣୁଙ୍କୁ ଉପାସନା କଲେ ସମସ୍ତ ପାପରୁ ମୁକ୍ତି ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ଏକାଦଶୀ ବ୍ରତକୁ ଖୁବ ନିଷ୍ଠା ଓ ଭକ୍ତିର ସହ ପାଳନ କଲେ ସ୍ୱୟଂ ନାରାୟଣ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଏହି ବ୍ରତ ପାଳନର ରହିଛି ସ୍ୱତନ୍ତ୍ର ବିଧି ବିଧାନ । ନିୟମ ପାଳନ କରି ବ୍ରତ କଲେ ଶୁଭ ଫଳ ପ୍ରାପ୍ତ ହେଉଥିବା ବେଳେ ଏକାଦଶୀରେ ବର୍ଜନୀୟ କାର୍ଯ୍ୟ କଲେ ପ୍ରଭୁ ନାରାୟଣ ମଧ୍ୟ ରୁଷ୍ଟ ହୋଇଯାଆନ୍ତି  ।

ତା’ ହେଲେ ଚାଲନ୍ତୁ ଜାଣିବା କ’ଣ ସେ କାର୍ଯ୍ୟ, ଯାହାକୁ କେବେ ହେଲେ ଏକାଦଶୀରେ କରିବା ଉଚିତ ନୁହେଁ …..

୧- ଏକାଦଶୀ ଦିନ କେବେ ହେଲେ ଅନ୍ନ ଭୋଜନ କରନ୍ତୁ ନାହିଁ  । ପୌରାଣିକ କଥା ଅନୁସାରେ  ମାତା ଶକ୍ତିଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମହର୍ଷି ମେଧା ଶରୀର ତ୍ୟାଗ କରି ଧରିତ୍ରୀରେ ମିଶିଗଲେ ଓ ଶସ୍ୟ ହୋଇ ଉତ୍ପନ୍ନ ହୋଇଥିଲେ  । ସେଥିପାଇଁ ଚାଉଳ ବା ଅନ୍ୟ ଶସ୍ୟକୁ ଜୀବ ବୋଲି ଧରାଯାଏ ।

୨-  ଏହି ଦିନ ଦାନ୍ତ ଘସିବା ବର୍ଜନୀୟ । କାହିଁକି ନା ଏହି ଦିନ ଗଛରୁ ଦାନ୍ତକାଠି ଭାଙ୍ଗିବା ବା ପତ୍ର ତୋଳିବା ଉଚିତ ନୁହେଁ  ।

୩-  ଏକାଦଶୀ ଦିନ ଉପବାସ ରହିବା ସହ ବ୍ରହ୍ମଚର୍ଯ୍ୟ ପାଳନ ମଧ୍ୟ ଜରୁରୀ । ଏହି ଦିନ ସଂଯମ ରହିବା ଆବଶ୍ୟକ  ।

– ଏକାଦଶୀ ଦିନ ବିଛଣାରେ ଶୟନ ନୁହେଁ, ଭୁମିରେ ଶୟନ କରିବାର ବିଧି ରହିଛି।

–  ଏହି ଦିନ ଆମିଷ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ତା ଛଡ଼ା ସ୍ନାନ ପରେ ହିଁ ଯାହା କିଛି ଗ୍ରହଣ କରିପାରିବେ  ।

– ଏକାଦଶୀ ଦିନ ଭୁଲରେ ବି ମିଛ କୁହନ୍ତୁ ନାହିଁ। ସେହିଭଳି କ୍ରୋଧ କରିବା ବି ପାପ । ଏହା ଦ୍ୱାରା ମନ ବିଚଳିତ ହୋଇ ବିଷ୍ଣୁଙ୍କ ପୂଜାରେ ବାଧା ସୃଷ୍ଟି ହୁଏ  ।

୭- ଏକାଦଶୀ ଦିନ ଅନ୍ନ ଶଷ୍ୟ,ଡାଲି ଜାତୀୟ ଦ୍ରବ୍ୟ ଖାଇବା ଅନୁଚିତ । ଏହି ଦିନ ସଂମ୍ପୁର୍ଣ୍ଣ ଉପବାସ ସର୍ବୋତ୍ତମ କିନ୍ତୁ ଯଦି ଅସମ୍ଭବ ହୁଏ, ତେବେ ପାଣି ପିଇ ପାରିବେ। ନ ହେଲେ କିଛି କ୍ଷେତ୍ରରେ ଫଳ ଓ କ୍ଷୀର ଗ୍ରହଣୀୟ  ।

– ଏକାଦଶୀ ଦିନ ସୂର୍ଯୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଆବଶ୍ୟକ । ଜପ ତପ ଧ୍ୟାନରେ ସାରା ଦିନ କାଟିବା ଉଚିତ  ।

୯- ଏହି ଦିନ ଓ ତା ପରଦିନ ଅର୍ଥାତ ଦ୍ୱାଦଶୀ ଦିନ ତୁଳସୀ ବୃକ୍ଷରୁ ପତ୍ର ତୋଳିବା ବର୍ଜନୀୟ ।

୧୦–  ଏହି ଏକାଦଶୀ ପାଳନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ଶରୀରର ଆବଶ୍ୟକତାକୁ କମ କରି ଅଧିକ ସମୟ ଆଧ୍ୟାତ୍ମିକ ମାର୍ଗରେ ବିନିଯୋଗ କରିବା । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.