spot_img

Latest Posts

Tokyo Paralympics: ସ୍ୱର୍ଣ୍ଣ ବିଜୟିନୀ ଅବନୀଙ୍କୁ ବିଶେଷ ପୁରସ୍କାର ଦେବେ ଆନନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ପ୍ରଥମ ଥର ପାଇଁ ଭାରତ ସ୍ୱର୍ଣ୍ଣ ପଦକ ହାତେଇଛି।  ଭାରତର ସୁନା ଝିଅ ଅବନୀ ଲେଖାରା ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଅବନୀ ଗର୍ବ ଓ ଗୌରବ ଆଣିଛନ୍ତି। ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ଜୟପୁରର ଅବନୀ ଲେଖାରାଙ୍କ ଏହି ସପଳତାରେ ସାରା ଦେଶ ଖୁସି ମନାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ ତାଙ୍କର ଏହି ପ୍ରଦର୍ଶନରେ ବହୁତ ଖୁସି ହୋଇଛନ୍ତି ଏବଂ ସେ ଟ୍ୱିଟ୍ କରି ଅବନିଙ୍କୁ ବିଶେଷ ଉପହାର ଦେବେ ବୋଲି ଘୋଷଣା କରିଛନ୍ତି।

ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ଏକ ସପ୍ତାହ ପୂର୍ବରୁ ଦୀପା ମଲିକ ଆମକୁ ଭିନ୍ନକ୍ଷମଙ୍କ ପାଇଁ ଏକ ଏସୟୁଭି ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ଯେପରି ଦୀପା ଟୋକିଓରେ ବ୍ୟବହାର କରନ୍ତି। ଏହାପରେ ମୁଁ ମୋର ସହକର୍ମୀ ଭେଲୁଙ୍କୁ ଏହି ଚ୍ୟାଲେଞ୍ଜ ନେବାକୁ ଅନୁରୋଧ କଲି, ଯିଏ ଆମର ବିକାଶ ମୁଖ୍ୟ । ତେବେ ଭେଲୁ, ମୁଁ ତୁମ ଦ୍ୱାରା ପ୍ରସ୍ତୁତ ଏଭଳି ପ୍ରଥମ SUV କୁ ଅବନୀ ଲେଖରାକୁ ଉପହାର ଦେବାକୁ ଚାହେଁ।’

ସୂଚନାଯୋଗ୍ୟ, ଅବନୀ ଭାରତର ପ୍ରଥମ ମହିଳା ଆଥଲେଟ୍ ଯିଏକି ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ସ୍ୱର୍ଣ୍ଣ ଜିତିଛନ୍ତି। ତାଙ୍କ ପୂର୍ବରୁ ମୀରାବାଇ ଚାନୁ ଓ ପିଭି ସିନ୍ଧୁ ରୌପ୍ୟ ପଦକ ଜିତିଛନ୍ତି । ତେବେ ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଚତୁର୍ଥ ଭାରତୀୟ ଖେଳାଳି। 1972 ପାରାଲିମ୍ପିକ୍ସରେ ମୁର୍ଲିକାଣ୍ଟ ପେଟକର ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ। ସେହିଭଳି ଦ୍ୱିତୀୟ ଏବଂ ତୃତୀୟ ପଦକ ଦେବେନ୍ଦ୍ର ଜାଜରିଆ ଏବଂ ଚତୁର୍ଥଟି ମରିୟପ୍ପାନ୍ ଥାଙ୍ଗାଭେଲୁ ପ୍ରଦାନ ଜିତିଥିଲେ।

Latest Posts

Don't Miss