ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ

ପଞ୍ଜାବ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ । ପଞ୍ଜାବ ପୋଲିସର ଗୁଇନ୍ଦା ବିଭାଗ ଆଜି ତାକୁ ଗିରଫ କରିଛି । ଅମ୍ରିତପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରିତ ସିଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ଏହି ସମୟରେ ତାକୁ ଗିରଫ କରାଯାଇଛି ।

ଆସିଥିବା ସିସିଟିଭି ଫୁଟେଜରୁ ଅମ୍ରିତପାଲ ସହ ପାପାଲପ୍ରିତକୁ ଦେଖିବାକୁ ମିଳିଥିଲା । ଏବେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଶିହାରପୁରରୁ ତାକୁ ଗିରଫ କରାଯାଇଛି ।

ପାପାଲପ୍ରିତ ଏବଂ ଅମ୍ରିତପାଲ ଫାଗଓ୍ବାରା ଟାଉନ, ନାଦଲୋନ, ବିବି ଗାଁରେ କିଛି କିଛି ଦିନ ଲୁଚିଥିଲେ । ଏବେ କିନ୍ତୁ ପାପାଲପ୍ରିତ ଧରାପଡ଼ିଯାଇଛି । ତାକୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ବଳୟରେ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ଅଣାଯାଇଛି । ପାପାଲପ୍ରିତ ସିନା ଧରାପଡ଼ିଯାଇଛି କିନ୍ତୁ ଅମ୍ରିତପାଲ ଏ ଯାଏ ଧରାପଡ଼ିନାହିଁ । ସେ ଏବେ ମଧ୍ୟ ପୋଲିସ ସହ ଲୁଚକାଳୀ ଖେଳୁଛି ।