spot_img

Latest Posts

ଆମେରିକାରେ ବାସ କରୁଥିବା ୧୮ ହଜାର ବେଆଇନ ପ୍ରବାସୀ ଭାରତୀୟ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବେଆଇନ ଭାବେ ବାସ କରୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଚିହ୍ନଟ ଏବଂ ଫେରାଇ ଆଣିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ସହଯୋଗ କରିବାକୁ ନୂଆଦିଲ୍ଲୀ ପ୍ରସ୍ତୁତ ବୋଲି ବ୍ଲୁମବର୍ଗ ରିପୋର୍ଟ ମଙ୍ଗଳବାର ଦିନ କହିଛି । ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୧୮ ହଜାର ବେଆଇନ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି ଯାହା ସେମାନଙ୍କୁ ଫେରାଇ ଅଣାଯିବ ଏବଂ ଏଥିପାଇଁ ଭାରତ ନିର୍ବାସନ ପ୍ରକ୍ରିୟା ଆରମ୍ଭ କରିବ। ସୋମବାର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଦକ୍ଷିଣ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଦେଶରେ ସମସ୍ତ ବେଆଇନ ପ୍ରବେଶ ତୁରନ୍ତ ବନ୍ଦ ହୋଇଯିବ ଏବଂ ତାଙ୍କ ପ୍ରଶାସନ ଲକ୍ଷ ଲକ୍ଷ “ଅପରାଧୀ ବିଦେଶୀଙ୍କୁ ସେମାନେ ଯେଉଁ ସ୍ଥାନରୁ ଆସିଛନ୍ତି ସେହି ସ୍ଥାନକୁ ଫେରାଇ ନିଆଯିବ। ଏହି ଆଧାରରେ ଆମେ ଯଦି ଦେଖିବା ତାହେଲେ ୧୮ ହଜାର ଭାରତୀୟ ଆମେରିକାରୁ ବିଦା ହେବା ନିଶ୍ଚିତ ହୋଇଛି । ଖାଲି ଏତି ନୁହେଁ ଟ୍ରମ୍ପ ଶାସନର ଡୋର ଧରୁ ଧରୁ ସାରା ବିଶ୍ଵକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛନ୍ତି । ସେ ବାର୍ଥ ଟୁରିଜିମ୍ ଶେଷ କରିବା କଥା ହେଉ କି ହୁ ଓ ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରିବା ହେଉ କି ପାନାମା କେନାଲ ଉପରେ ଅଧିକାର ଜାହିର କରିବାର କଥା ହେଉ ବା ବ୍ରିକ୍ସ ଦେଶ ଗୁଡ଼ିକ ପାଇଁ ଶତପ୍ରତିଶତ ଶୁଳ୍କର କଥା ହେଉ, ଏ ସବୁକୁ ଯଦି ଟ୍ରମ୍ପ କାର୍ଯ୍ୟକାରୀ କରନ୍ତି ତା ହେଲେ ଏହାର ପ୍ରଭାବ ଯେ ଗୁରୁତର ହେବ ଏକଥା ନିଶ୍ଚିତ ।

 

 

Latest Posts

Don't Miss