ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ! ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଥିବା ଅଭିଯୋଗ

1 min read

ବିଞ୍ଝାରପୁର : ଯାଜପୁର ବିଞ୍ଝାରପୁର ବ୍ଲକରେ ଭତ୍ତା ଦୁର୍ନୀତି ଅଭିଯୋଗ  । ଅଯୋଗ୍ୟ ହିତାଧିକାରୀ ପାଉଛନ୍ତି ଭତ୍ତା,  ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଥିବା ଅଭିଯୋଗ ହୋଇଛି  । ଦୁର୍ନୀତି କରିଥିବା ପୂର୍ବତନ BSSO  ନାମରେ ଥାନାରେ ଏତଲା ଦେଇଛନ୍ତି ବିଡିଓ  ।  ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ମୋଟ ୨୭ ହଜାର ୫୪୬ ଜଣ ଭତ୍ତା ପାଉଥୁବା ବେଳେ ସେଥିମଧ୍ୟ୍ୟରୁ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ୨୨୦ ଜଣ  । ବ୍ଲକ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା BSSO ଧର୍ମେନ୍ଦ୍ର କୁମାର ସାହୁ ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ଟ୍ୟାମ୍ପରିଙ୍ଗ କରି ବେଆଇନ ଭାବେ ୨୨୦ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ଅଭିଯୋଗ ହୋଇଛି ।  ଯାହାର ମୂଲ୍ୟ ପାଖାପାଖି ୨୦ ଲକ୍ଷରୁ ଅଧିକ ହେବ । ଯାହାକୁ ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଡ଼ିଓ ଦ୍ୱବେନ୍ଦୁ କୁମାର ଦାସ । ଅନ୍ୟାପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଡିଓ ଏହି ଅଯୋଗ୍ୟ ହିତାଧିକାରୀମାନଙ୍କ ଭତ୍ତା ଚଳିତ ମାସ ବନ୍ଦ କରିଛନ୍ତି  । ତେବେ ଏହାର ସଠିକ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କ ନାମ କାଟିବା ସହ ଦୁର୍ନୀତି କରିଥିବା ଅଧିକାରୀଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣମାନେ ଦାବି କରିଛନ୍ତି  ।