ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

1 min read

ୱାଡରଙ୍କ କବଜାରେ ରହିଛି ଜିଲ୍ଲା କାରାଗାର । ଅଭିଯୁକ୍ତଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ପୁରୀ ଜେଲ। ଗୋଟିଏ ଫୋନ କଲ ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା  । ନଚେତ ଖାଇବାକୁ ପଡୁଛି ନିର୍ଘାତ ମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାରାଗାରରେ  । ଗତ ୨୨ତାରିଖ ଦିନ ଏକ ପାଟିତୁଣ୍ଡ ଅଭିଯୋଗକୁ ଭିତ୍ତି କରି ପୁରୀ ବାସେଳି ସାହି ଥାନା ପୋଲିସ ବିଜୟକୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା । ୨୩ତାରିଖ ଦିନ ନିଜ ଜାମିନ ସମ୍ବନ୍ଧୀୟ ଖବର ପାଇ ଘରକୁ ଫୋନ କରିବାକୁ ବିଜୟ କାରାଗାର ମଧ୍ୟରେ ଥିବା ଟେଲିଫୋନ ନିକଟକୁ ଯାଇଥିଲେ।

ସେଠାରେ ୱାର୍ଡକୁ ସମ୍ଭାଳୁଥିବା କିଛି ବ୍ୟକ୍ତି ଫୋନ କରିବା ପାଇଁ ବିଜୟଙ୍କୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ୧୦୦ ଟଙ୍କା ଦେଲେ ଫୋନ୍‌ କରିପାରିବୁ ବୋଲି କହିଥିଲେ । ଏନେଇ ବିଜୟ କାରଣ ପଚାରିବାରୁ ତାଙ୍କୁ ନିର୍ଧୁମ୍  ପିଟିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଏ ଘଟଣା ସମ୍ବନ୍ଧରେ ଅଭିଯୋଗ କଲେ ଏନଡିପିଏସ କେସରେ ଗୁନ୍ଥି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ଗତ ୨୩ତାରିଖରୁ ବିଜୟ ପୁରୀ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲା କାରାଗାରରେ ପୋଲିସ ନିୟୋଜିତ ଥିବା ସତ୍ୱେ ଏଭଳି ଘଟଣା କାହା ନଜରକୁ କେମିତି ଆସିଲା ନାହିଁ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି । ')}

Leave a Reply