ଶାଳୀକୁ ହତ୍ୟା ପରେ ଶାଶୂଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା ଓ ଶାଶୂ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ । ଶବକୁ ୨୦୦ ଫୁଟ ଖାଲକୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା କିରିବୁରରେ । ହତ୍ୟା ଅଭିଯୁକ୍ତ ହେଉଛନ୍ତି ରୂପ ସିଂ ସିଦ୍ଧୁ । ମୁର୍ଗାପଡାରେ ରହୁଥିବା ଶାଶୁ ଓ ଶାଳୀ ସହିତ ହତ୍ୟାକାରୀ ରୂପ ସିଂ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ କରିବା ପାଇଁ ଯାଇଥିଲା । ତେବେ ଏହି ସମୟରେ ଶାଳୀ ସହିତ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ରୂପ ସିଂ ଶାଳୀର ବେକକୁ କୁରାଢ଼ୀରେ ହାଣି ଦେଇଥିଲା । ଏହାପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି ଦେଇଥିଲା । ପରେ ଶାଶୂକୁ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ପୀଡ଼ିତା ଜଣକ ଖସି ଆସି କିରିବୁର ଥାନାରେ ଅଭିଯୋଗ କରିଥିଲେ । କିରିବୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଲାଣି ଥାନାକୁ ଖବର ଦେଇଥିଲେ । ୨୦୦ ଫୁଟ ତଳେ ଶବ ପଡ଼ିଥିବାରୁ ମୃତଦେହକୁ ଉଦ୍ଧାର କରାଯାଇପାରିନି । ଘଟଣା ପରେ ହତ୍ୟାକାରୀ ରୂପ ସିଂ ସିଦ୍ଧୁ ଫେରାର ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: ସାମାନ୍ୟ ସେଲଫି ସାଜିଲା କାଳ, ଡ୍ୟାମକୁ ଖସିପଡିଲେ ଦୁଇ ସାଙ୍ଗ

 

Leave a Reply