‘ଅଜାନ’ ବିରୁଦ୍ଧରେ ଅଭିଯୋଗ ନେଇ ତେଜୁଛି ରାଜନୀତି

1 min read

ଲକ୍ଷ୍ନୌ: ଅଜାନକୁ ନେଇ ଉତ୍ତରପ୍ରଦେଶର ଆହ୍ଲାବାଦ ସେଣ୍ଟ୍ରାଲ ୟୁନିଭରସିଟିର କୁଳପତିଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନକୁ ନେଇ ଏବେ ସରଗରମ ରାଜନୀତି। କୁଳପତି ପ୍ରଫେସର ସଂଗୀତତା ଶ୍ରୀବାସ୍ତବ ପ୍ରୟାଗରାଜର ଡିଏମଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ମସଜିଦର ଆଜାନ ତାଙ୍କ ନିଦକୁ ବ୍ୟାଘାତ କରୁଛି। ଏବଂ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି। ବର୍ତ୍ତମାନ ପ୍ରଫେସର ସଙ୍ଗୀତାଙ୍କ ଏଭଳି ପଦକ୍ଷେପ ଉପରେ ବିଭିନ୍ନ ରାଜନୈତିକ ପ୍ରତିକ୍ରିୟା ଆସୁଛି।

ସମାଜବାଦି ପାର୍ଟି ନେତା ଅନୁରାଗ ଭଦୌରିଆ କହିଛନ୍ତି ଯେ ବିଜେପି କେବଳ ଧର୍ମ ଓ ଜାତି ପ୍ରସଙ୍ଗରେ ରାଜନୀତି କରିବାକୁ ଚାହୁଁଛି। ଯେବେଠୁ ବଜେପି ଶାସନଗାଦିରେ ବସିଛି ସେବେଠୁ କେବଳ ଜାତି-ଧର୍ମ ରାଜନୀତି ହେଉଛି। ରୋଜଗାର ଉପରେ କେହି ଧ୍ୟାନ ଦେଉନାହାଁନ୍ତି । ସେ କହିଛନ୍ତି ଯେ କୌଣସି ଶିକ୍ଷାନୁଷ୍ଠାନକୁ ଏଭଳି ମାମଲାରେ ଜୋର ଦେବା ଉଚିତ ନୁହେଁ ।

ଅନ୍ୟପଟେ ବିଜେପି ବିଜେପି ମୁଖପାତ୍ର ନବୀନ ଶ୍ରୀବାସ୍ତବ କହିଛନ୍ତି ଯେ ନମାଜ ପଢ଼ିବା ଠିକ୍ ଏବଂ ଅଧିକାର । କିନ୍ତୁ କୋର୍ଟ ଏପୂର୍ବରୁ ହିଁ କହିସାରିଛନ୍ତି ଯେ  ଲାଉଡ ସ୍ପିକର ଲଗାଇବା ଗୋପନୀୟତାର ଉଲ୍ଲଂଘନ ଅଟେ। ବିଜେପି ମୁଖପାତ୍ର କହିଛନ୍ତି ଯେ ଲାଉଡ ସ୍ପିକର ବ୍ୟବହାର କରିବା ସାମ୍ବିଧାନିକ ଉପଯୁକ୍ତ ନୁହେଁ।

ଏହି ମାମଲାରେ ମୁସଲିମ ଧର୍ମଗୁରୁ ମୌଲାନା ସୈଫ୍ ଆବ୍ବାସଙ୍କର  କହିଛନ୍ତି ଯେ ଅଜାନ କେବଳ ୨ରୁ ୩ ମିନିଟ ପାଇଁ ହୁଏ। ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ଏହା ମଧ୍ୟ କହିବାର ଥିଲା ଯେ ସକାଳେ ଯେଉଁ ଆଳତୀ ହେଉଛି ସେଥିରେ ବି ତାଙ୍କର ନିଦ ଖରାପ ହେଉଛି। ସେକହିଛନ୍ତି ଯେ କେବଳ ଅଜାନ ପାଇଁ ଏଭଳି ଅଭିଯୋଗ କରିବା ଠିକ୍ ନୁହେଁ । ତାଙ୍କୁ ଏହି ଅଭିଯୋଗ ଫେରାଇନେବା ଉଚିତ୍ । ସେହିପରି ଆଉଜଣେ ଧର୍ମଗୁରୁ ମୌଲାନା ସୁଫିୟାନା ନିଜାମୀ କହିଛନ୍ତି ଯେ ଆମ ଦେଶରେ ସବୁ ଧର୍ମର ଲୋକ ରହୁଛନ୍ତି । କେଉଁଠି ମସଜିଦର ଆଜାନ ହୁଏ ତ କେଉଁଠି ମନ୍ଦିରର ଭଜନ କୀର୍ତ୍ତନ ହୁଏ । ଯଦି କେହି କହୁଛନ୍ତି ଯେ କେବଳ ଅଜାନ ପାଇଁନିଦ ଖରାପ ହେଉଛି ତେବେ ଏହା ଠିକ୍ ନୁହେଁ ।

 

Leave a Reply