CMRFକୁ ମାସକର ଦରମା ଦେବେ ଧର୍ମଶାଳାର ସରପଞ୍ଚ ଓ ସମିତି ସଭ୍ୟ

1 min read

ଯାଜପୁର: ମହମାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଛୁଟୁଛି ଅନୁଦାନର ସୁଅ । ବିପଦ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷ । କରୋନା ମୁକାବିଲା, ପ୍ରଭାବିତଙ୍କୁ ସହାୟତା, ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ ପାଇଁ ଆଗେଇ ଆସିଛନ୍ତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜନ ପ୍ରତିନିଧି ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ବୈଠକ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାସକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ୪୫ ଜଣ ସରପଞ୍ଚ ଓ ସମିତି ସଭ୍ୟ ସେମାନଙ୍କ ମାସକର ଦରମା CMRFକୁ ଦାନ କରିବା ନିଷ୍ପତ୍ତି ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ ।

ନବୀନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ନୀତିକୁ ଅନୁକରଣ କରୁଛି ପୂରା ଭାରତ

Leave a Reply