ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ହରାଇଲା ଆଫଗାନିସ୍ତାନ

ଦୁବାଇ: ଏସିଆ କପ୍‌ କ୍ରିକେଟ୍ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନର ଦମଦାର ପ୍ରଦର୍ଶନ । ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ଆଫଗାନିସ୍ତାନ ପ୍ରଶଂସନୀୟ ପ୍ରଦର୍ଶନ କରିଛି । ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଦଳ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଆଫଗାନିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କାକୁ ୧୦୫ ରନ୍‌ରେ ଅଲଆଉଟ କରଥିଲା ଆଫଗାନିସ୍ତାନ ।

ଶ୍ରୀଲଙ୍କା ଟିମ୍‌ ନିର୍ଦ୍ଧାରିତ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇଥିଲା । ଆଫଗାନିସ୍ତାନକୁ ୧୦୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଆଫଗାନିସ୍ତାନ ୧୦ ଓଭର ଗୋଟିଏ ବଲରେ ୨ଟି ୱିକେଟ ହରାଇ ୧୦୬ ରନ୍‌ କରିଛି । ଆରମ୍ଭରୁ ହଜରତୁଲ୍ଲା ଯଯାଇ ଓ ରହମନତୁଲ୍ଲା ଗୁରବାଜ୍‌ ପ୍ରଥମ ୱିକେଟ ପାଇଁ ୮୩ ରନ୍‌ ଯୋଡ଼ି ଦଳର ସ୍କୋରକୁ ମଜବୁତ କରିଥିଲେ । ଗୁରବାଜ ୧୮ଟି ବଲ୍‌ ଖେଳି ୪୦ ରନ୍‌ କରିଥିଲେ । ଏଥିରେ ୩ଟି ଚୌକା ଓ ୪ଟି ଛକା ସାମିଲ ରହିଛି ।