KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍

1 min read

ଭୁବନେଶ୍ବର: ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ କେଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବ ଅଲ୍ ଓଡିଶା ଚେସ୍ ଚାମ୍ପିଅନସିପ୍ ।  ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି । ରାଜ୍ୟରୁ ଶତାଧିକ ପ୍ରତିଯୋଗୀ ଏଥିରେ ଅଶଂ ଗ୍ରହଣ କରିବେ । ଏହାସହ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ପ୍ରତିଯୋଗିତାରେ ଅଶଂ ଗ୍ରହଣ କରିବେ । ପ୍ରତିଯୋଗିତାରେ ଅଶଂଗ୍ରହଣ କରିବା ପାଇଁ ୫୦୦ ଟଙ୍କା ଏଣ୍ଟ୍ରି ଫି ରଖାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୨୦୦ ଟଙ୍କା ରିହାତି କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୩୦୦ ଟଙ୍କା ଏଣ୍ଟ୍ରି ଫି’ ରଖାଯାଇଛି। ତେବେ ଅଶଂଗ୍ରହଣକାରୀଙ୍କ ପାଇଁ ରେଜେଷ୍ଟ୍ରେସନର ଶେଷ ତାରିଖ ୧୨ ଜୁଲାଇ ରହିଛି ।

ପ୍ରତିଯୋଗିତାରେ ପ୍ରାଇଜ ମନି ୫୦ ହଜାର ଟଙ୍କା ରଖାଯାଇଛି । ଚାମ୍ପିୟନ ଖେଳାଳିକୁ ଟ୍ରଫି ସହ ୭ ହଜାର ଟଙ୍କା, ରନର୍ସ ଅପଙ୍କୁ ଟ୍ରଫି ସହ ୫ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୪ ହଜାର, ଚତୁର୍ଥ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୩ ହଜାର, ପଞ୍ଚମ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହ ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ । ଏତିକି ନୁହେଁ, ଷଷ୍ଠରୁ ଦଶମ ସ୍ଥାନର ପ୍ରତିଯୋଗୀଙ୍କ ପାଇଁ ଟ୍ରଫି ସହ ୨ ହଜାର ଓ ୧୧ରୁ ୧୫ତମ ସ୍ଥାନରେ ରହିଥିବା ଖେଳାଳିଙ୍କୁ ଟ୍ରଫି ସହ ୧୫୦୦ ଟଙ୍କା ପ୍ରଦାନ କରାଯିବ ।  ୫ଟି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଖେଳାଯିବ ।  ଅଣ୍ଡର-୭, ଅଣ୍ଡର-୯, ଅଣ୍ଡର-୧୧, ଅଣ୍ଡର-୧୩ ଓ ଅଣ୍ଡର-୧୫ ବୟସ ବର୍ଗରେ ଖେଳାଯିବ ମ୍ୟାଚ୍ । ଜୁଲାଇ ୧୮ ତାରିଖ ଅପରାହ୍ନ ସାଢେ ୪ଟାରେ ଉଦଯାପନୀ ଉତ୍ସବ ।

ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ଚେସକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା ସହ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ।

ଚେସ ସହ ଯୋଡ଼ିବା ପାଇଁ ପ୍ରତିଯୋଗୀମାନଙ୍କୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି । ଆଜିର ପ୍ରେସମିଟରେ ଏଓସିଏ ସଭାପତି ପ୍ରଫେସର ଜି.ସି. ମହାପାତ୍ର, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, କେ.ଟି. ଗ୍ଲୋବାଲ ସ୍କୁଲ ପରିଚାଳନା ଟ୍ରଷ୍ଟି ସୋମଦତ୍ତ ବେହୁରା, ମେଣ୍ଟର ତଥା ପରାମର୍ଶଦାତା ଅରୁଣ କୁମାର ଦାସ, ନିର୍ଦ୍ଦେଶକ ପୂର୍ଣ୍ଣଶିଷ ରଥ, କେ.ଟି. ଗ୍ଲୋବାଲ ସ୍କୁଲ ପ୍ରିନ୍ସିପାଲ ସବିତା ପଣ୍ଡା, ଭାଇସ ପ୍ରିନ୍ସିପାଲ ଅନୁରାଧା ଘୋଷ, ଆଇଓଜି ସ୍ପୋର୍ଟସ୍ ଏକାଡେମୀ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।