ଆକାଶରେ ନୁହେଁ, ଗଭୀର ସମୁଦ୍ରରେ ଏଲିୟନ୍…

1 min read

ନନ୍ଦିଘୋଷ ବ୍ୟୁରୋ: ମହାକାଶ ନୁହେଁ, ମହି ତଳେ ଏଲିୟନ  । ଆକାଶରେ ନୁହେଁ, ଗଭୀର ସମୁଦ୍ରରେ ଦେଖିବାକୁ ମିଳିଛି ଏଲିଅନ୍  । ପୃଥିବୀ ପୃଷ୍ଠକୁ ବିଭିନ୍ନ ସମୟରେ ଏଲିୟନ ପ୍ରବେଶ କରୁଥିବା ଖବର ଆମେ ଶୁଣିବାକୁ ପାଇଛେ  । ମଣିଷ ଭଳି ଦେଖାଯାଉଥିବା ଆଉ ଏକ ଜୀବ ପୃଥିବୀ ବାହାରେ ବଞ୍ଚିଥିବା ଖବର ବିଭିନ୍ନ ସମୟରେ ପ୍ରକାଶ ପାଇଥାଏ  । ଉଡ଼ନ୍ତା ଥାଳିଆ ଅର୍ଥାତ UFO ସାହାର୍ଯ୍ୟରେ ଏମାନେ ମାହାକାଶରେ ବିଚରଣ କରିଥାନ୍ତି  । କିନ୍ତୁ ଆଜି ଆପଣ ଦେଖିବାକୁ ଯାଉଥିବା ଏଲିୟନ ମହାକାଶରେ ନୁହେଁ ବଂର ଗଭୀର ସମୁଦ୍ରରେ ରହିଛି….

ଆଜିବି ଅନେକ ବୃହତକାୟ ଏବଂ ସନ୍ଦିଗ୍ଧ ଜୀବ ଗଭୀର ସମୁଦ୍ରର  ଭିତରେ ରହୁଛନ୍ତି । ଯାହା ସହ ମଣିଷ ସମାଜ ଅପରିଚିତ  ।  ନା କେବେ ଏହି ଜୀବମାନଙ୍କ ସମ୍ବନ୍ଧରେ ମଣିଷ ଶୁଣିଛି, ନା ଏମାନଙ୍କୁ ଦେଖିଛି । ଆଉ ଯଦି କେବେ ଏପରି ଜୀବ ଉପକୂଳକୁ ଚାଲି ଆସନ୍ତି, ତେବେ ଆଶ୍ଚର୍ଯ୍ୟ ହେବା ଅବଶ୍ୟମ୍ଭାବୀ   । ଏପରି ଏକ ଅଦ୍ଭୁତ ଜୀବର ସନ୍ଧାନ ଏବେ କାର୍ଲିଫନିଆରେ ଦେଖିବାକୁ ମିଳିଛି  । ଜଣେ ମତ୍ସ୍ୟଜୀବୀ ପ୍ରତିଦିନ ଭଳି ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ  । କିନ୍ତୁ ସେ ଫେରିବା ବେଳେ ଯାହା ଦେଖିଥିଲେ, ତାହା କହିବା ତାଙ୍କ ପକ୍ଷେ ମୁସ୍କିଲ ଥିଲା  । ଅର୍ଥାତ ଏମିତି କିଛି ଅଦ୍ଭୁତ ସାମୁଦ୍ରିକ ଜୀବ ଦେଖିଥିଲେ ସେହି ମତ୍ସ୍ୟଜୀବୀ ଜଣଙ୍କ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା  ।

କାର୍ଲିଫର୍ଣ୍ଣିଆ କ୍ରିଷ୍ଟାଲ୍ କୋଭ୍ ଷ୍ଟେଟ୍ ପାର୍କରେ ଏକ ବିଶାଳକାୟ ଜୀବକୁ ଦେଖିବାକୁ ପାଇଥିଲେ । ଲୋକେ ଏଲିଅନ ବୋଲି କହିବାକୁ ଲାଗିଥିଲେ  । ଏହି ଜୀବ ଜୀବିତ କିମ୍ବା ମୃତ ତାହା ମଧ୍ୟ ଅଞ୍ଚଳବାସୀଙ୍କୁ ଜଣା ନଥିଲା  । କିନ୍ତୁ ସଭିଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା  । ଏଲିଅନ ଆକାଶରେ ନୁହେଁ ସମୁଦ୍ରରେ ରହୁଥିବା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଗୁଜବ ଖେଳି ଯାଇଥିଲା  । କିନ୍ତୁ ପରବର୍ତ୍ତୀ ସମୟରେ ଜଣା ପଡିଥିଲା ଯେ ଏହି, ବିଶାଳକାୟ ଜୀବର  ନାମ ହେଉଛି  ଆଙ୍ଗଲରଫିସ  । ଏହା ପାଖାପାଖି ୩୦୦୦ ଫୁଟ ଗଭୀର ସମୁଦ୍ରରେ ବିଚରଣ କରୁଥିବା ଜଣାପଡିଛି  । ଆଙ୍ଗଲରଫିସ ଦେଖିବାକୁ ଖୁବ୍ ଭୟାନକ ହୋଇଥିବା ବେଳେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଜୀବିତ ରହିପାରେ । କେବଳ ଗଭୀର ପାଣିରେ  ନୁହେଁ ବରଂ ବରଫ ଭଳି ମାଇନସ ତାପମାତ୍ରାରେ ମଧ୍ୟ ଏହି ଅଦ୍ଭୁତ ଜୀବ ବଞ୍ଚିପାରେ  ।

ସେହିପରି, ୨୦୧୩ ମସିହା ଅକ୍ଟୋବର ମାସରେ ସ୍ପେନର ସମୁଦ୍ର ତଟରେ ଦେଖିବାକୁ ମିଳିଥିଲା ଏହିଭଳି କିଛି ଅଜବ ସାମୁଦ୍ରିକ ଜୀବ  । ଏହା ଦଶନ୍ଧୀ ଦଶନ୍ଧୀ ଧରି ଜଳରେ ଭାସୁଥିବା କୁହାଯାଇଛି  । ସେପଟେ ବହୁ ଶତାବ୍ଦୀ ଧରି ବିଶାଳ ସ୍କ୍ୱିଡ୍ ବିଷୟରେ ବିଭିନ୍ନ କାଳ୍ପନିକ କଥା ଦାବି କରାଯାଉଛି । ପ୍ରାଣୀ ଜଗତରେ ସବୁଠାରୁ ବଡ଼ ଆଖି ହେଉଛି ସ୍କ୍ୱିଡର । ସେମାନେ ଗଭୀର ପାଣିରେ ରହୁଥିବା ବେଳେ ଖୁବ୍ କମ୍ ସମୟରେ ବାହାରକୁ ଚାଲି ଆସନ୍ତି । ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୦୧୩ରେ ଦେଖାଯାଇଥିବା ଏହି ସ୍କ୍ୱିଡର ଲମ୍ବ ୧୩ ଫୁଟରୁ ଅଧିକ ଏବଂ ଓଜନ ୬୬୦ ପାଉଣ୍ଡ ଅର୍ଥାତ୍ ୩୩୦ କିଲୋଗ୍ରାମରୁ ଅଧିକ ରହିଥିଲା ।

https://www.facebook.com/NandighoshaTV/videos/516744423015797

ସେହିଭଳି ଆଉ ଏକ ଘଟଣା ଘଟିଥିଲା ଫିଲିପାଇନ୍ସର ଓରିଏଣ୍ଟାଲ ମିଣ୍ଡୋରୋ ପ୍ରଦେଶରେ। ୨୦୧୮ ମସିହା ମେ ମାସରେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ କିଛି ଏଭଳି ଦୃଶ୍ୟ, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ।  ବିଶେଷଜ୍ଞ ମାନେ ଏହି ଜୀବକୁ ନେଇ ତଦନ୍ତ କରିଥିଲେ  । ଏବଂ ୨୦ ଫୁଟ ଲମ୍ଭର ଏହି ବିଶାଳକାୟ ଜୀବର ନାମ ‘The Globster’   ରଖାଯାଇଥିଲା  । ଯେତେବେଳେ ଏହି ଜୀବକୁ ମାଟିରେ ପୋତା ଯାଇଥିଲା, ସେତେବେଳେ ସ୍ଥାନୀୟ ଅଞ୍ଚଳରେ ବସ ବାସ କରୁଥିବା ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିଲେ  । ଅର୍ଥାତ ଏହି ବିଶାଳକାୟ ଜୀବ ଖୁବ ଦୁର୍ଗନ୍ଧ ହୋଇଥିଲା  । ଏବଂ ‘The Globster’ର ଉପର ଅଂଶ ଏକ ଜାଲ ଭଳି ରହିଥିଲା  ।

କିନ୍ତୁ ୨୦୧୭ ମସିହାରେ ମଧ୍ୟ ଦକ୍ଷିଣ ଆଫ୍ରିକା ଉପକୂଳରେ  ଦେଖିବାକୁ ମିଳିଥିଲା କିଛି ଅଜବ ଘଟଣା  । ଅର୍ଥାତ ତିନୋଟି ବିଶାଳକାୟ ଧଳା ସାର୍କ ସମୁଦ୍ର କୂଳରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ତିନୋଟି ସାର୍କଙ୍କର ଲିଭର ଓ ଗୋଟିଏ ହାର୍ଟ ନଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ଜୀବ ବିଜ୍ଞାନୀମାନେ ଯାଞ୍ଚ ଚଳାଇଥିଲେ  । ସମୁଦ୍ରର ସବୁଠୁ ବିଶାଳ ଜୀବ କହୁଯାଉଥିବା ତିମିଙ୍କୁ ପୁଣି କିଏ ଶିକାର କରିଛି ? ତିମିଙ୍କ ମୃତ୍ୟୁର କାରଣ ଖୋଜୁଥିବା ଟିମ ବି ହତବାକ ହୋଇଯାଇଥିଲେ  । ଅର୍ଥାତ ଏହି ହ୍ୱାଇଟ ସାର୍କକୁ ଓରକାସ ବା କିଲର ହ୍ୱିଲ ନାମଙ୍କ ଆଉ ଏକ ସାମୁଦ୍ରିକ ଜୀବ ଶିକାର କରିଛି  । ବୃହତକାୟ କିଲର ହ୍ୱିଲ  ସାର୍କ କିମ୍ବା ସାର୍କ ଭଳି ଅନ୍ୟ ପ୍ରଜାତି ଉପରେ ଆକ୍ରମଣ କରିଥାନ୍ତି  । ଏହି କିଲର ହ୍ୱିଲ, ହ୍ୱାଇଟ ସାର୍କର ଲିଭରକୁ ଖାଇବାକୁ ବେଶ ପସନ୍ଦ କରିଥାନ୍ତି  ।

Leave a Reply