spot_img

Latest Posts

ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ, ଭାବବିହ୍ୱଳ ପୋଷ୍ଟ ଶେୟାର୍ କରି ଦେଲେ ସୂଚନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ପରଲୋକ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଅକ୍ଷୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ମାଆଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି । ଏହା ସହ ସେ ଏକ ଭାବପୂର୍ଣ୍ଣ ଲେଖା ମଧ୍ୟ ଶେୟାର କରିଛନ୍ତି । ଅକ୍ଷୟ କୁମାର ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋ ମାଆ ଶ୍ରୀମତୀ ଅରୁଣା ଭାଟିୟା ଆଜି ସକାଳେ ଇହଧାମ ତ୍ୟାଗ କରିଛନ୍ତି। ସେ ସ୍ୱର୍ଗରେ ମୋ ବାପାଙ୍କ ପାଖକୁ ଚାଲିଯାଇଛନ୍ତି । ମୁଁ ଆପଣଙ୍କ ପ୍ରାର୍ଥନାକୁ ସମ୍ମାନ କରୁଛି କାରଣ ମୋ ପରିବାର ଏବେ ଖୁବ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଓମ ଶାନ୍ତି।’

ଅକ୍ଷୟ କୁମାରଙ୍କ ଏହି ପୋଷ୍ଟ ପରେ ସମସ୍ତେ ତାଙ୍କ ମାଆଙ୍କ ଅମର ଆତ୍ମର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି। ଅକ୍ଷୟଙ୍କ ପ୍ରଶଂସକ ଏବଂ ବଲିଉଡର ବନ୍ଧୁମାନେ ତାଙ୍କୁ କମେଣ୍ଟ ଦେଇ ଆଶ୍ୱାସନା ଦେଉଛନ୍ତି। ଅକ୍ଷୟ କୁମାରଙ୍କ ମାଆଙ୍କ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ସେପ୍ଟମ୍ବର ୩ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାଆଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସୂଚନା ପାଇବା ପରେ ଅକ୍ଷୟ କୁମାର ଲଣ୍ଡନରୁ ମୁମ୍ବାଇ ଆସିଥିଲେ । ଲଣ୍ଡନରେ ସେ ନିଜ ଫିଲ୍ମ ‘ସିଣ୍ଡରେଲା’ର ସୁଟିଂ କରୁଥିଲେ।

https://www.instagram.com/p/CThUAHsNcTS/?utm_source=ig_web_copy_link

ଏହାପୂର୍ବରୁ ସେପ୍ଟେମ୍ବର ୭ ତାରିଖରେ ଅକ୍ଷୟ କୁମାର ସୋସିଆଲ ମିଡିଆ ଜରିଆରେ,  ଯେଉଁମାନେ ତାଙ୍କ ମାଆଙ୍କ ଅସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଅଭିନେତା ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ- ଶବ୍ଦଠାରୁ ଅଧିକ, ମୁଁ ଆପଣଙ୍କ ପ୍ରେମ ଏବଂ ପ୍ରାର୍ଥନା ଦ୍ୱାରା ଖୁବ ପ୍ରଭାବିତ । ମାଆଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହା ମୋ ଏବଂ ମୋ ପରିବାର ପାଇଁ ଏକ କଷ୍ଟକର ସମୟ । ପ୍ରତ୍ୟେକ ମୁହୂର୍ତ୍ତ ଖୁବ କଷ୍ଟରେ କଟୁଛି । ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ।’

Latest Posts

Don't Miss