ଜାତିଭିତ୍ତିକ ଜନଗଣନା ଲାଗି ଦାବି ଉଠାଇଲେ ଏସପି ନେତା ଅଖିଳେଶ ଯାଦବ

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ଜାତିଗଣନା ଦାବି। ଜାତିଭିତ୍ତିକ ଜନଗଣନା ଲାଗି ଦାବି ଉଠାଇଲେ ସମାଜବାଦୀ ପାର୍ଟି ସୁପ୍ରମୋ ଅଖିଳେଶ ଯାଦବ। ସେ କହିଛନ୍ତି, ଦେଶରେ ସାମାଜିକ ନ୍ୟାୟ ଲାଗି ଲଢ଼େଇ ଚାଲିବ। ଏନେଇ ସିପିଆଇ, ସିପିଏମ ଓ ଏନସିପି ସହ ଆଲୋଚନା ହୋଇଛି। ଦେଶର ଲୋକତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରହିଛି। ବିଜେପି ଲୋକତନ୍ତ୍ରକୁ ହତ୍ୟା କରୁଛି । ସମ୍ବିଧାନକୁ ଦୁର୍ବଳ କରାଯାଉଛି। ଓଡ଼ିଶାରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ନ୍ୟାୟ ମିଳିନାହିଁ । ଏହା ସହ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ଟାର୍ଗେଟ କରିଛନ୍ତି। ୟୁପିରେ ଯେଉଁ ଦଙ୍ଗା ଓ ହିଂସା ଚାଲିଛି ସେଥିଲାଗି ଯୋଗୀ ଆଦିତ୍ୟନାଥ ହିଁ ଦାୟୀ ବୋଲି ସେ କହିଛନ୍ତି ।