ବିଷ ବଳୟରେ ଦିଲ୍ଲୀ, ଆଜିଠୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ

1 min read

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଗ୍ୟାସ ଚାମ୍ବର ଭିତରେ ଆକ୍ତାମାକ୍ତା ଦିଲ୍ଲୀବାସୀ । ଭୟଙ୍କର ବାୟୁ ପ୍ରଦୂଷଣ ପାଇଁ ୫୦ ପ୍ରତିଶତ ସରକାରୀ କର୍ମଚାରୀ ଓ୍ବାର୍କ ଫ୍ରମ ହୋମରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଣବିଏସ-୬ ଡିଜେଲ ଚାଳିତ ହାଲୁକା ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି । ଆଜିଠୁ ବନ୍ଦ ରହିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ ।

ନୋଏଡାରେ ଅନଲାଇନ କ୍ଲାସ ଲାଗୁ ନେଇ ଦିଆଯାଇଛି ନିର୍ଦ୍ଦେଶ । ଖୁବ ଶୀଘ୍ର ଗାଡ଼ିଗୁଡ଼ିକ ଲାଗି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀର ସମସ୍ୟା ଲାଗି ନିଜ ଉପରକୁ ନେଇଛନ୍ତି ଦାୟିତ୍ବବୋଧ । ଦିଲ୍ଲୀ ପଡୋଶୀ ଅଞ୍ଚଳରେ ଜାରି ରହିଛି ନଡ଼ା ପୋଡି । ବାୟୁର ଗତି ସ୍ଥିର ରହିଥିବାବେଳେ ଧୂଆଁ ଓ ଧୂଳିକଣାରେ ନୟାନ୍ତ ହେଲେଣି ଦିଲ୍ଲୀବାସୀ । ପ୍ରଭାବରେ ନାନାଦି ସ୍ବାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି ବାସିନ୍ଦା । ଆସନ୍ତା ୧୦ ତାରିଖରେ ସୁପ୍ରିମକୋର୍ଟରେ ହେବ ଦିଲ୍ଲୀ ପ୍ରଦୂଷଣ ମାମଲା ।