ଏପ୍ରିଲ ୩୦ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନର ବୁକିଂ ବନ୍ଦ

1 min read
Suspension of international flights extended till April 30

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଛି । ଭାରତରେ କାୟା ବିସ୍ତାର କରିଚାଲିଛି କରୋନ ଭାଇରସ୍ । ସଂକ୍ରମଣକୁ ରୋକିବା ପାଇଁ ଭାରତରେ ୨୧ ଦିନି ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଟ୍ରେନ୍, ମେଟ୍ରୋ, ବସ୍ ସମେତ ସମସ୍ତ ଯାନବାହାନ ଚଳାଚଳ ଉପରେ କଟକଣା ରହିଛି । ଏହା ସହ ଏୟାର ଇଣ୍ଡିଆ ମଧ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନର ବୁକିଂ ବନ୍ଦ କରିଦେଇଛି । ଶୁକ୍ରବାର ଦିନ ଏୟାର ଇଣ୍ଡିଆ ଏହି ସୂଚନା ଦେଇଛି ଯେ, ଏପ୍ରିଲ ୩୦ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣ ବନ୍ଦ ରହିବ ।

https://youtu.be/_rTiBIqJXms

ସଂକ୍ରମଣ ଯୋଗୁଁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୫୩,୦୦୦ ଅତିକ୍ରମ କରିଛି । ଅଧିକାଂଶ ଲୋକଙ୍କ ମୃତ୍ୟୁ ଇଟାଲୀରେ ହୋଇଛି । ଇଟାଲୀରେ ୧୩,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ, ସର୍ବାଧିକ ଲୋକ ଆମେରିକାରେ ସଂକ୍ରମିତ ଅଛନ୍ତି । COVID-19 ମାମଲା ଆମେରିକାରେ ୨.୫ ଲକ୍ଷରେ ପହଞ୍ଚିବାକୁ ଯାଉଛି ।

Leave a Reply