ଶୀତ ଦିନ ଆସିଲାଣି, ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ: ଏମ୍‌ସ ନିର୍ଦ୍ଦେଶକ

AIIMS Dr Guleria Over Corona Third Wave Affect Children

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ସତ ହେଲେ ତାହା ଦ୍ୱିତୀୟ ଷ୍ଟେଜ୍‌ରେ ହିଁ ରହିଛି ।ଲୋକଙ୍କ ସତର୍କ ନରହିବା କାରଣରୁ ସଂକ୍ରମଣ ବଢ଼ୁଛି । ତେବେ ଆଗକୁ ଏହାର ସଂଖ୍ୟା ବଢ଼ିପାରେ ତେଣୁ ସମେସ୍ତ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ।

ତାଙ୍କ କହିବାନୁଯାୟୀ ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟସ୍ତର ଆରମ୍ଭ ହୋଇନାହିଁ ଏବଂ ଏଭଳି ଆଶଙ୍କା କରିବା ଉଚିତ୍‌ ନୁହେଁ । ଆଗକୁ ଲୋକ ସାମାଜିକ ଦୂରତା ରଖିବା ସହ ସଠିକ୍ ସତର୍କତା ଅବଲମ୍ବନ କଲେ ସଂକ୍ରମଣକୁ ରୋକାଯାଇପାରିବ ।

ସେ ଆହୁରି କହିଛନ୍ତି ଯେ, ବାୟୁ ପ୍ରଦୂଷଣ କାରଣରୁ କରୋନା ଭୂତାଣୁ ବହୁ ସମୟ ପର୍ଯ୍ୟନ୍ତ ବାୟୁ ମଣ୍ଡଳରେ ରହୁଛନ୍ତି । ପ୍ରଦୂଷଣ ଏବଂ ଭୂତାଣୁ ଉଭୟ ଶରୀର ପାଇଁ କ୍ଷତିକାରକ । କରୋନା ଭୂତାଣୁ ସଙ୍କଟ ଏବେ ଶେଷ ହୋଇ ନାହିଁ । ତେଣୁ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି କହିଛନ୍ତି ଗୁଲେରିଆ ।

ସେ ସିଧାସଳଖ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରି କହିଛନ୍ତି, ସେମାନେ ଯେତିକି ସତର୍କ ରହିବା କଥା ସେତିକି ରହୁନାହାନ୍ତି ଏବଂ ଅଜାଣତରେ ଭୂତାଣୁକୁ ନିଜ ଘରକୁ ନେଇ ଯାଉଛନ୍ତି । ଯାହା ଫଳରେ ସଂକ୍ରମଣ ବୃଦ୍ଧି ପାଉଛି ଏବଂ ବୟସ୍କମାନେ ଅସୁବିଧାରେ ପଡ଼ୁଛନ୍ତି ।

Leave a Reply