ସେନାରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି? ଆସୁଛି ‘ଅଗ୍ନିପଥ ସ୍କିମ୍’…

ନୂଆଦିଲ୍ଲୀ: ସୁରକ୍ଷା ବଳଙ୍କ ଖର୍ଚ୍ଚ ଓ ବୟସ ଅବଧି କମ କରିବା ଲାଗି ଦେଶରେ ସରକାର ଅଗ୍ନିପଥ ଏଣ୍ଟ୍ରି ସ୍କିମ୍ ନାମକ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ଯାହା ଫଳରେ ଯୁବଗୋଷ୍ଠୀ ୩ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବା ସହ ଦେଶ ସେବା କରିପାରିବେ ।

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁବଗୋଷ୍ଠୀ ଏହି ଯୋଜନା ଅଧିନରେ ସେନାରେ ପ୍ରବେଶ କରିପାରିବେ ଏବଂ ନିଜ କାର୍ଯ୍ୟକାଳ ମଧ୍ୟରେ ଅଗ୍ନିବୀର ରୂପେ ବିବେଚିତ ହେବେ । ସୂଚନା ଅନୁଯାୟୀ, ସେନା ପକ୍ଷରୁ ଏହି ଯୋଜନା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ରହିଛି । ଏହି ଅଗ୍ନିବୀରଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ପ୍ରତିଭାଙ୍କୁ ସେନାରେ ରଖାଯିବ। ଆଉ ବାକି ମାନଙ୍କୁ ଚାକିରି ଛାଡିବାର ବିକଳ୍ପ ରହିବ। ବର୍ତ୍ତମାନ ସମୟରେ ସେନାରେ ୧.୨୫ ଲକ୍ଷ ପଦବୀ ଖାଲି ପଡିଛି ।