ରେଫରାଲ ହସ୍ପିଟାଲ ପାଲଟିଛି ପୁରୀ ମୁଖ୍ୟ ଚିକିତ୍ସାଳୟ

1 min read

ପୁରୀ: ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଥିବା ମୁଖ୍ୟ ମେଡିକାଲ ହସ୍ପିଟାଲ ରେଫେରାଲ ହସ୍ପିଟାଲ ପାଲଟିଥିବା ସାଧାରଣରେ ଅଭିଯୋଗ ହୋଇଛି l ପୂର୍ବ ସରକାରଙ୍କ ସମୟରେ ମେଡିକାଲ କଲେଜ ପ୍ରତିଷ୍ଠା ସତ୍ତ୍ବେ ହସ୍ପିଟାଲରେ ଡାକ୍ତର, ଫାର୍ମାସିଷ୍ଟ ଓ ଟେକ୍ନିସିଆନଙ୍କ ଅଭାବ ଯୋଗୁଁ ସାଧାରଣ ରୋଗୀ ଚିକିତ୍ସା ପାଇବାରେ ବଞ୍ଚିତ ହେଉଛନ୍ତି  l କେବଳ ରଥଯାତ୍ରା ସମୟକୁ ଛାଡି ଦେଲେ ଅନ୍ୟ ଦିନରେ ଦୟନୀୟ ସ୍ଥିତିରେ ଚାଲୁଛି ପୁରୀ ମେଡିକାଲ । ସେପଟେ ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପୁରୀ ମେଡିକାଲର ହୋଇଛି ନବୀକରଣ । ରେଫେରାଲ ହସ୍ପିଟାଲରୁ ମେଡିକାଲ କଲେଜ । ପୂର୍ବ ସରକାରଙ୍କ ପ୍ରୟାସରେ ହସ୍ପିଟାଲର ହୋଇଛି ଉନ୍ନତିକରଣ । ଏହାସତ୍ତ୍ବେ ଏହା ରେଫେରାଲ ମେଡିକାଲରେ ପାଲଟିଥିବା ସାଧାରଣରେ ଅଭିଯୋଗ ହେଇଛି । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ଲୋକେ । କେବଳ ରଥଯାତ୍ରାକୁ ଛାଡ଼ିଦେଲେ ବାକି ଦିନଗୁଡିକରେ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଟେକ୍ନିସିଆନ ଅଭାବ ରହୁଛି । ତେଣୁ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ପୁରୀବାସୀ ।

କେବଳ ରଥଯାତ୍ରା ସମୟରେ ପୁରୀ ମେଡିକାଲକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ସମୟରେ ଅଣଦେଖା କରାଯାଉଛି । ଅନେକ ପ୍ରତିଶ୍ରୁତି ସତ୍ତ୍ବେ ପୁରୀ ମେଡିକାଲକୁ ଡାକ୍ତର ଯୋଗାଇ ଦେଉନାହାନ୍ତି କର୍ତ୍ତୃପକ୍ଷ । ସମସ୍ୟାକୁ ପୁରୀ ଜିଲ୍ଲାପାଳ ସ୍ବୀକାର କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବିହିତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।

ପ୍ରାୟ ୧୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୁରୀ ଜିଲ୍ଲାରେ ଥିବା ଏହି ଏକମାତ୍ର ମୁଖ୍ୟ ଚିକିତ୍ସାଳୟ ଥିବାରୁ ଏହାର ବ୍ଯବସ୍ଥାକୁ ଶୀଘ୍ର ସୁଧାରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।