ଆଫଗାନିସ୍ତାନର ବଡ଼ ବଡ଼ ସହରକୁ କବଜା କଲା ତାଲିବାନ୍

1 min read

ତାଲିବାନ: ଆଫଗାନିସ୍ତାନର ଅନ୍ୟତମ ବଡ଼ ବଡ଼ ସହର ହେରାତ ଓ କନ୍ଦାହାରକୁ କବ୍‌ଜା କରିଛି ତାଲିବାନ୍‌ । ପୂର୍ବରୁ ଗଜନୀ ସହରକୁ ନିଜ କବ୍‌ଜାକୁ ନେଇଥିଲା ତାଲିବାନ। ଆଫଗାନିସ୍ତାନର ଦ୍ୱିତୀୟ ବୃହତମ ସହର ହେଉଛି କନ୍ଦାହାର । ଆତଙ୍କବାଦୀମାନେ ସହରର ସହୀଦ ମଇଦାନଠାରେ ପହଞ୍ଚି ସାରିଛନ୍ତି । କନ୍ଦାହାର ସହର ପରେ ତାଲିବାନର ବଡ଼ ଟାର୍ଗେଟ ହେଉଛି କାବୁଲ ।

ସୂଚନା ଅନୁଯାୟୀ, ତାଲିବାନୀ ମାନେ କନ୍ଧାରର ଜେଲ ମଧ୍ୟ ଭାଙ୍ଗିଛନ୍ତି। ଜେଲ ଭାଙ୍ଗିବା ସହ ସେଠାରେ ଥିବା ସମସ୍ତ ରାଜନୈତିକ କଏଦୀଙ୍କୁ ନେଇ ପଳାଇଛନ୍ତି। ଏଭଳି ଭାବେ ଯଦି ତାଲିବାନର ବର୍ବରତା ଜାରି ରୁହେ, ତେବେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା । ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ ।

ଏପଟେ ପରିସ୍ଥିତିକୁ ନଜରରେ ରଖି ଆଫଗାନିସ୍ତାନ ନିଜର ସେନା ମୁଖ୍ୟ ପରିବର୍ତ୍ତନ କରିଛି । ଅନ୍ୟପଟେ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକପ୍ଟର ଗିଫ୍ଟ ଦେଇଥିଲା ।

ଆଫଗାନିସ୍ତାନରେ ଏଭଳି ସଙ୍କଟ ଦେଖି ପଡୋଶୀ ଦେଶ ମଧ୍ୟ ଚିନ୍ତାରେ । ଆପୋଷ ଆଲୋଚନା ମଧ୍ୟରେ ବିବାଦର ସମାଧାନ ହେବା ଦରକାର ବୋଲି ବିରୋଧୀ କହିଛନ୍ତି । ଆମେରିକା ମଧ୍ୟ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ନକରିବାକୁ ସିଧାସିଧା କହିଦେଇଛନ୍ତି। ଏପଟେ ଆଫଗାନ୍‌  ସରକାରୀ କ୍ଷମତାକୁ ତାଲିବାନ ସହ ବାଣ୍ଟିବା ପାଇଁ ଚିନ୍ତା କରୁଛନ୍ତି। ଦେଶରେ ଚାଲିଥିବା ହିଂସାକୁ ବନ୍ଦ କଲେ ତାଲିବାନ, ସରକାରରେ ମଧ୍ୟ କିଛି ମାତ୍ରାରେ କ୍ଷମତାରେ ରହିବ ବୋଲି ଆଫଗାନ୍‌ ସରକାର ପ୍ରସ୍ତାବ ରଖିଛନ୍ତି ।

Leave a Reply