ନସିରଙ୍କୁ ଏହି ରୋଗ କରୁଛି କଲବଲ

ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ନସିରଉଦ୍ଦିନ ଶାହ । ପରଦା ଉପରେ ସବୁ ବେଳେ ଫିଟ୍ ନଜର ଆସିଥାନ୍ତି । ତେବେ ଆପଣ ଜାଣନ୍ତି ସେ କିଛି ଦିନ ଏକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି । ସେ ନିଜେ ଏନେଇ ଗୋଟିଏ ସାକ୍ଷାତକାରରେ କହିଛନ୍ତି । ଏହି ରୋଗରେ ପୀଡ଼ିଚ ବ୍ୟକ୍ତି ଗୋଟିଏ ଶବ୍ଦ ବା ବାକ୍ୟକୁ ବାରମ୍ବାର ଦୋହରାଇଥାଏ । ନସିରଉଦ୍ଦିନ କହିଛନ୍ତି ଯେ ସେ ଚେଷ୍ଟା କରିମଧ୍ୟ ଏଥରୁ ମୁକ୍ତି ପାଇ ପାରୁନାହାଁନ୍ତି ।

ନସିରଉଦ୍ଦିନ ଇଣ୍ଟରବ୍ୟୁରେ କହିଛନ୍ତି ଯେ, ମୁଁ ଓନୋମେଟୋମେନିୟା ରୋଗରେ ପୀଡ଼ିତ । ମୁଁ ମଜାକ୍ କରୁ ନାହିଁ ଏହା ଏକ ରୋଗ । ଆପଣ ଏନେଇ ଡିକ୍ସିନାରୀରେ ମଧ୍ୟ ପଢିପାରିବେ । ସେ ଆହୁରି କହିଛନ୍ତି ଯେ, ଏହା ଏକ ରୋଗ ଯେଉଁଥିରେ ଆପଣ ବିନା କାରଣରେ ଗୋଟିଏ ଶବ୍ଦ ବା ବାକ୍ୟକୁ ବାରମ୍ବାର ଦୋହରାଇଥାନ୍ତି । ସବୁ ବେଳେ ମୋ ସହ ଏମିତି ହୁଏ ମୁଁ କେବେ ଶାନ୍ତିରେ ରହିପାରେ ନାହିଁ । ଏମିତି ବି ହୁଏ ଯେତେବେଳେ ମୁଁ ଶୋଇଥାଏ ସେତେବେଳେ ମଧ୍ୟ କିଛି ଶବ୍ଦ ବା ବାକ୍ୟ ବାରମ୍ବାର କହିଥାଏ ।

ନସିରଉଦ୍ଦିନଙ୍କୁ ନିକଟରେ ଶାହିଦ କପୁରଙ୍କ ଭଉଣୀଙ୍କ ବିବାହ ସମୟରେ ଦେଖାଯାଇଥିଲା । ସେଠାରେ ନାସିରଉଦ୍ଦିନଙ୍କ ସହ ତାଙ୍କ ପତ୍ନି ରତ୍ନା ପାଠକ ଥିଲେ । ନସିରଉଦ୍ଦିନଙ୍କୁ ନିକଟରେ ତାଙ୍କ ଫିଲ୍ମ ଗେହରାଇୟାଁରେ ଦେଖିବାକୁ ମିଳିଥିଲା । ଦିପିକାଙ୍କ ବାପାଙ୍କ ଭୂମିକାରେ ନଜର ଆସିଥିଲେ ନାସିରଉଦ୍ଦିନ ଶାହ ।