ପାର୍ବଣ ପୂର୍ବରୁ ଟ୍ରାଫିକ ନିୟମ ଭାଙ୍ଗି ୨୨୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆସୁଛି ଦଶହରା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପୂଜା ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର। ପାର୍ବଣ ଋତୁକୁ ଆଖିରେ ରଖି ଭୁବନେଶ୍ବରରେ ୨ ଦିନ ହୋଇଥିଲା ସ୍ପେଶାଲ୍ ଡ୍ରାଇଭ୍ ।

ମୋଟ ୨୨୦ ଜଣ ଚାଳକ ଟ୍ରାଫିକ୍‌ ନିୟମ ଭାଙ୍ଗିଥିବାରୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ । ବିଶେଷ କରି ପୂଜା ସମୟରେ ମଦ୍ୟପ ଡ୍ରାଇଭର ଓ ରଙ୍ଗ ସାଇଡ ଡ୍ରାଇଭ୍ କରୁଥିବା ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ଟ୍ରାଫିକ।

ପୂଜା ସମୟରେ ରାତି ଦିନ ସବୁବେଳେ ରାଜରାସ୍ତାରେ ଚଢାଉ ହେବାସହ ରାଜଧାନିବାସୀ ଟ୍ରାଫିକ ନିୟମ ମାନିବାକୁ ଅପିଲ କରିଛନ୍ତି ଟ୍ରାଫିକ ଏସିପି । କିଛିଦିନ ତଳେ ବିକଟାଳ ସାଉଣ୍ଡ କରୁଥିବା ବୁଲେଟ ସାଇଲେନ୍ସର କୁ ମଧ୍ୟ ଜବତ କରିଥିଲା ପୋଲିସ । ତେବେ ପୂଜା ସମୟରେ ଦିନ ଓ ରାତିରେ ଚାଲିବ ଚଢ଼ାଉ ।