ଶ୍ରୀଲଙ୍କାରେ ଏସିଡ୍ ବର୍ଷାର ବିପଦ ! ସହଯୋଗର ହାତ ବଢାଇଲା ଭାରତ

1 min read

କଲମ୍ବୋ: ଶ୍ରୀଲଙ୍କାରେ ହେବାକୁ ଯାଇଛି ଏସିଡ ବର୍ଷା । କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଶ୍ରୀଲଙ୍କା କିନ୍ତୁ ଏକ ଭିନ୍ନ ସଙ୍କଟ ଦେଇ ଗତି କରୁଛି । ଶ୍ରୀଲଙ୍କା ଉପକୂଳରେ ଏକ ଜାହାଜରେ ନିଆଁ ଲାଗିଯାଇଥିବା କାରଣରୁ ଏସିଡ୍ ବର୍ଷା ହେବାର ଆଶଙ୍କା ଦେଖାଦେଇଛି।
ଗତ ସପ୍ତାହରେ କଲମ୍ବୋ ଉପକୂଳରେ ସିଙ୍ଗାପୁରର ଏକ ଜାହାଜରେ ନିଆଁ ଲାଗିଯାଇଥିଲା। ଏଥିରୁ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ବାହାରୁଥିବାରୁ ଏସିଡ୍ ବର୍ଷା ହୋଇପାରେ ବୋଲି ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା ଚେତାବନୀ ଦେଇଛି । ତେବେ ଶ୍ରୀଲଙ୍କାକୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟ କରୁଥିବା ସୂଚନା ମିଳିଛି ।


ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା କହିଛି ଯେ ଗତ ସପ୍ତାହରେ କଲମ୍ବୋ ଉପକୂଳରେ ନିଆଁ ଲାଗିଥିବା ଜାହାଜ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ନିର୍ଗତ ହେତୁ ଏସିଡ୍ ବର୍ଷା ହୋଇପାରେ। ଖରାପ ପାଗ ପରିସ୍ଥିତିରେ ଲୋକଙ୍କୁ ସଚେତନ ହେବାକୁ ପରିବେଶ ସଂଗଠନ କହିଛି। କୁହାଯାଉଛି ଯେ ଜାହାଜରେ ୩୨୫ ମେଟ୍ରିକ୍ ଇନ୍ଧନ ଲୋଡ୍ କରାଯାଇଥିଲା। ଯେଉଁଥିରେ ପ୍ରାୟ ୨୫ ଟନ୍ ବିପଜ୍ଜନକ ନାଇଟ୍ରିକ୍ ଏସିଡ୍ ରହିଥିଲା ।
ଜାହାଜ ଏମବି ‘X-Press Pearl’ ଗୁଜୁରାଟର ହାଜିରା ଠାରୁ କଲମ୍ବୋ ବନ୍ଦରକୁ ରାସାୟନିକ ପଦାର୍ଥ ସହ କଞ୍ଚାମାଲ ନେଇ ଆସୁଥିଲା । ଜାହାଜଟି ମେ ୨୦ ରେ କଲମ୍ବୋ ଠାରୁ ପ୍ରାୟ ୧୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା ଏବଂ ବନ୍ଦରରେ ପ୍ରବେଶକୁ ଅପେକ୍ଷା କରିଥିଲା । ଜାହାଜରେ ୩୨୫ ମେଟ୍ରିକ୍ ଇନ୍ଧନ ଲୋଡ୍ କରାଯାଇଥିଲା। ଯେଉଁଥିରେ ପ୍ରାୟ ୨୫ ଟନ୍ ବିପଜ୍ଜନକ ନାଇଟ୍ରିକ୍ ଏସିଡ୍ ରହିଥିଲା । ଏବଂ କୈଣସି ଯାନ୍ତ୍ରୀଙ୍କ ତ୍ରୁଟି କରାଣରୁ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା ।


ଶୁକ୍ରବାର ଦିନ ସାମୁଦ୍ରିକ ପରିବେଶ ସୁରକ୍ଷା ଦଳର ଜଣେ ଅଧିକାରୀ କହିଛନ୍ତି ଯେ, ‘ଏମଭି ଏକ୍ସ-ପ୍ରେସ ପର୍ଲ’ରୁ ନାଇଟ୍ରୋଜେନ ଡାଇଅକ୍ସାଇଡର ବହୁତ ଅଧିକ ପରିମାଣରେ ନିର୍ଗତ ହେଉଥିଲା । ଏବଂ ବର୍ଷା ଋତୁରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହେବା ଦ୍ୱାରା କିଛି ସ୍ଥାନରେ ଏସିଡ୍ ବର୍ଷା ହେବାର ସମ୍ଭାବନା ମଧ୍ଯ ରହିଛି । ତେଣୁ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ସଜାଗ ରହିବା ଉଚିତ ଏବଂ ଏହି ଦିନରେ ସେମାନେ ବର୍ଷାରେ ଓଦା ହେବାରୁ ବଞ୍ଚି ରହିବା ଆବଶ୍ୟକ ।
ତେବେ ବର୍ତ୍ତମାନ ନିଆଁକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି।  ନିଆଁ ଲାଗିବା ଫଳରେ ପ୍ରଦୂଷଣ ବ୍ୟାପିବାର ବିପଦକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ସମୁଦ୍ର କୂଳକୁ ସଫା କରିବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ଶ୍ରୀଲଙ୍କାର ଅଧିକାରୀ କହିଛନ୍ତି ଏହାସହ ସେମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିବା ସ୍ପଷ୍ଟ କରିଛନ୍ତି ।


ତେବେ ଭାରତ ମଙ୍ଗଳବାର ଦିନ ଶ୍ରୀଲଙ୍କା ନୌସେନାକୁ କଣ୍ଟେନର ଜାହାଜରେ ନିଆଁ ଲିଭାଇବାରେ ସାହାଯ୍ୟ କରିବା ପାଇଁ ଆଇସିଜି ବୈଭବ, ଆଇସିଜି ଡୋର୍ନିୟର୍ ଏବଂ ଟଗ୍ ୱାଟର ଲିଲି ପଠାଇଛି। କଲମ୍ବୋ ଗେଜେଟର ରିପୋର୍ଟ ଅନୁଯାୟୀ, ପ୍ରଦୂଷଣର ମୁକାବିଲା କରୁଥିବା ଭାରତର ସ୍ୱତନ୍ତ୍ର ଜାହାଜ ‘ସମୁଦ୍ର ପ୍ରହରୀ’ ଶନିବାର ଦିନ କଲମ୍ବୋରେ ପହଞ୍ଚିବ, ଯାହାଦ୍ୱାରା ଜାହାଜରୁ ବାହାରୁଥିବା ପ୍ରଦୂଷଣ ମୁକାବିଲା କରାଯାଇପାରିବ।
ତେବେ ଭାରତୀୟ ମିଶନ କହିଛି ଯେ, ‘ଜାହାଜରେ ଜ୍ୱଳନ୍ତ ସାମଗ୍ରୀର ପରିମାଣ ସୀମିତ ବୋଲି ଅନୁମାନ କରାଯାଉଛି। ଭାରତୀୟ ଆଇସିଜି ଜାହାଜଗୁଡ଼ିକ ପରିସ୍ଥିତିର ଆକଳନ ଜାରି ରଖିଛି ଏବଂ ନିଆଁକୁ ସମ୍ପୂର୍ଣ୍ଣରୂପେ ଲିଭାଇବା ଏବଂ ଜାହାଜକୁ ଥଣ୍ଡା କରିବା ପରେ ଜାହାଜକୁ ଯିବା କିମ୍ବା ନିକଟତର ହେବା ନିଷ୍ପତ୍ତି ନିଆଯିବ। ଏହି ସମୟରେ ନାଭାଲ କମାଣ୍ଡର ନିଶାନ୍ତ ଉଲୁଗେଟନ ଶୁକ୍ରବାର ଦିନ କହିଛନ୍ତି ଯେ ଜାହାଜ ଦୁଇ ଭାଗରେ ବିଭକ୍ତ ହେବାର କୌଣସି ବିପଦ ନାହିଁ ଏବଂ ଜାହାଜ ବର୍ତ୍ତମାନ ସ୍ଥିର ରହିଛି।

Leave a Reply