ପୁଅ ଓ ଝିଅକୁ ଚାକିରି କରାଇ ଦେବାକୁ କହି ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୁକ୍ତ କୋର୍ଟ ଚାଲାଣ
1 min readଟିଟିଲାଗଡ଼: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଠକକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ । ଘଟଣାଟି ଘଟିଛି ଟିଟିଲାଗଡ ବ୍ଲକ ପଡାରେ ।
ଅଭିଯୋଗ ଅନୁସାରେ ଟିଟିଲାଗଡ ବ୍ଲକ ପଡାର ଗୀତାଞ୍ଜଳି ମୁଣ୍ଡାଙ୍କ ଠାରୁ ସୁରଜ ପାଣ୍ଡେ ପୁଅ ଓ ଝିଅକୁ ଚାକିରି କରେଇ ଦେବା ନାଁରେ ୨୪ ଲକ୍ଷ ଟଙ୍କା ନେଇଥିଲା । ଏହାସହ ମୋବାଇଲ ଓ ଏକ ସ୍କୁଟି ମଧ୍ୟ ନେଇଥିଲା । ଝିଅକୁ ANM ନର୍ସିଂ ଓ ପୁଅକୁ ରେଲଓ୍ବେ ଲୋକ ପାଇଲଟରେ ଚାକିରି କରେଇ ଦେବାକୁ କହିଥିଲା । ତେବେ ଗୀତାଞ୍ଜଳିଙ୍କର ସୁରଜ ଉପରେ ସନ୍ଦେହ ହୋଇଥିଲା । ଏନେଇ ସେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଠକେଇ ପ୍ରମାଣ ମିଳିବା ପରେ ପୋଲିସ ସୁରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।