ବୋହୂକୁ ମାଡ଼ ପରେ ଏମିତି ଦଶା ଭୋଗିଲେ ଶାଶୁ, ଶ୍ୱଶୁର ଓ ଦିଅର

ବୋହୂକୁ ମାଡ଼ ମାରିବା ଅଭିଯୋଗରେ ଶାଶୁ, ଶ୍ୱଶୁର ଓ ଦିଅରଙ୍କୁ ହାତ ବାନ୍ଧି ରାସ୍ତା ଉପରେ ଚଲାଇ ଥାନାକୁ ନେଲେ ଗାଁ ଲୋକେ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗାଁରେ  । ଘରେ ସ୍ୱାମୀ ନଥିବା ବେଳେ ବୋହୁକୁ ଆକ୍ରମଣ କରିଥିଲେ ଶାଶୁ, ଶ୍ୱଶୁର ଓ ଦିଅର । ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋହୂକୁ । ଏନେଇ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଳାଇ ଚଳାଇ ବୁଲାଇଥିଲେ ଗାଁ ଲୋକେ । ପରେ ଖବର ପାଇ ପୋଲିସ ପହଞ୍ଚି ବୋହୂ ସରୋଜିନୀ ସ୍ବାଇଁଙ୍କୁ ମେଡିକାଲ ପଠାଇବା ସହ ଶାଶୁ, ଶ୍ୱଶୁର ଓ ଦିଅରକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ସେହି ଗାଁର କାଳନ୍ଦୀ ସ୍ୱାଇଁଙ୍କ ବଡ ପୁଅ ଜଇରାମ ଏବଂ ବୋହୁ ସରୋଜିନୀ ଘର ଛାଡ଼ି ଅନ୍ୟତ୍ର ଭଡ଼ା   ନେଇ ରହୁଥିଲେ । ଅନେକ ସମୟରେ ଜଇରାମ ବେପାରକୁ ଚାଲିଯିବା ପରେ ସରୋଜିନୀଙ୍କ ଭଡ଼ା ଘରକୁ ଆସି  ଦିଅର ଓ ଶାଶୁ ଶ୍ୱଶୁର ମିଶି ନିର୍ଯାତନା ଦେଉଥିଲେ । ଏ ନେଇ ଗତ ୧୮ ତାରିଖରେ ପାଣିକୋଇଲି ଥାନାରେ ସରୋଜିନୀ ଅଭିଯୋଗ କରିଥିଲେ । ସରୋଜିନୀ ଙ୍କ ଅଭିଯୋଗ ଯୌତୁକ ଜନିତ ହୋଇଥିବାରୁ ଶାଶୁ, ଶ୍ୱଶୁର ଓ ଦିଅର ଉତ୍ତେଜିତ ହୋଇପଡିଥିଲେ ।

ଫଳରେ ଜଇରାମ ବେପାରକୁ ବାହାରି ଯିବା ପରେ ସରୋଜିନୀ ଙ୍କୁ ଠେଙ୍ଗାରେ ପିଟି ରାସ୍ତା ଉପରେ ପକାଇଦେଇଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଗ୍ରାମବାସୀ ଶାଶୁ, ଶ୍ୱଶୁର ଓ ଦିଅର ଙ୍କୁ ରସିରେ ବାନ୍ଧି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେଇଥିଲେ ।

Leave a Reply