ଆପ୍ ଭିଜନରେ ଗୁଜୁରାଟ, ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ପାର୍ଟି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଭିଜନରେ ଗୁଜରାଟ । ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ଦେବ ପ୍ରାର୍ଥୀ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଏହି ଅବସରରେ ଗୁଜରାଟ ଆପ ଶାଖାରେ ଯୋଗ ଦେଇଛନ୍ତି ପ୍ରତିଷ୍ଠିତ ଗୁଜରାଟୀ ସାମ୍ବାଦିକ ଇସୁଦାନ ଗାଧଭି । କେଜିରିୱାଲଙ୍କ ଉପସ୍ଥିତିରେ ସେ ଦଳର ପତାକା ଧରିଛନ୍ତି ।

ଆମର ମୁଖ୍ୟ ଉଦ୍ଦେଶ୍ୟ ସମାଜସେବା ବୋଲି କହିଛନ୍ତି ଇସୁଦାନ । ଏହା ସହ ଅହମଦାବାଦ ସ୍ଥିତ ସର୍କିଟ ହାଉସରେ କେଜିରିୱାଲଙ୍କ ସହ ରାଜ୍ୟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆଙ୍କ ସହ ଇସୁଦାନଙ୍କ ଫଟୋ ପଦାକୁ ଆସିଛି । ରାଜ୍ୟରେ ଦଳର ଏକ କାର୍ଯ୍ୟାଳୟର ଉଦଘାଟନ କରିବା ଅବସରରେ ଅହମଦାବାଦ ଗସ୍ତରେ ଯାଇଛନ୍ତି କେଜିରିୱାଲ । ବିଜେପି ଓ କଂଗ୍ରେସକୁ ଚେକ ଦେବା ଲାଗି ଦଳ ଖୁବ ଶୀଘ୍ର ଆରମ୍ଭ କରିବ ଗେମପ୍ଲାନ । ଦଳ ୨୦୨୨ ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି ।

Leave a Reply