ରାଜ୍ୟରେ ମିଲେଟ ସମ୍ବନ୍ଧୀୟ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ମିଲେଟ ସମ୍ବନ୍ଧୀୟ ଏକ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଭୁବନେଶ୍ବର ଜନତା ମିଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠତ ହେବ। ଗତ ବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଏବଂ ଏଥିପ୍ରତି ଜନସଚେତନତା ବୃଦ୍ଧି କରିବା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ରାଉଣ୍ଡ ଟେବୁଲ ସହ, ବାହାର ରାଜ୍ୟର ଲୋକ ମଧ୍ୟ ଏହାକୁ ଦେଖିବାକୁ ଆସିବେ। ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଆସିବେ। ଏଥିରେ ୩୨ ଟି ସେସନ ହେବ। ମାଣ୍ଡିଆ ଉପରେ ଅନ୍ତରଜାତୀୟ ସମ୍ମିଳନୀ ଆୟୋଜନ ଓଡ଼ିଶା ସାରା ଭାରତରେ ପ୍ରଥମ। ଦୁଇ ଦିନିଆ ଅନ୍ତରଜାତୀୟ ସମ୍ମିଳନୀର ଥିମ ସୁସ୍ଥ ମିଲେଟ ସୁସ୍ଥ ଜୀବନ ରଖାଯାଇଛି। ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ ହଜାର ହେକ୍ଟରରେ ଏବେ ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି। Types of Millets In India, Cultivation FAQs | Agri Farming

ରାଜ୍ୟର ମଡେଲକୁ ନୀତି ଆୟୋଗ ଗ୍ରହଣ କରି ଅନ୍ୟ ରାଜ୍ୟକୁ କରିବାକୁ କହିଛି। ଏହାକୁ ଅନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଆଦିବାସୀମାନେ ପ୍ରଥମ ଥର ପାଇଁ ଏମଏସପି ପାଉଛନ୍ତି। ଲୋକଙ୍କ ଭିତରେ ଆଦୃତ କରିବା ପାଇଁ ଏ କାର୍ଯ୍ୟକ୍ରମ କରାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆପେକ୍ସ କମିଟି ଗଠନ କରାଯାଉଛି।  ଏ କାର୍ଯ୍ୟକ୍ରମ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇ ପାରିବ।  ବର୍ତ୍ତମାନ ୧୭୭ ଟି ବ୍ଲକରେ ମିଲେଟ ଚାଷ ହେଉଛି।