ଉଦ୍ଧବ ଠାକ୍‌ରେ ଏବଂ ସଞ୍ଜୟ ରାଉତଙ୍କ ବିରୋଧ ବିହାରରେ ମାମଲା: ଜାଣନ୍ତୁ କାହିଁକି

ପାଟଣା: କଙ୍ଗନା ରାଣାଓ୍ୱତ ମାମଲାରେ ଆଉ ଏକ ମାମଲା ବିହାରରେ ମଧ୍ୟ ଦାୟର ହୋଇଛି । ସାମାଜିକ କର୍ମୀ ଏମ୍ ରାଜୁ ନେୟର ମୁଜାଫରପୁରର ସିଜେଏମ୍ କୋର୍ଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି । ସେମାନେ ଉଭୟ କଙ୍ଗନା ରାଣାଓ୍ୱତଙ୍କୁ ଧମକାଉଥିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି । ଏହା ପୂର୍ବରୁ ମୁମ୍ୱାଇର ବିକ୍ରୋଲି ଥାନାରେ କଙ୍ଗନା ରାଣାଓ୍ୱତଙ୍କ ବିରୋଧରେ ମାମଲା ରୁଜୁକରାଯାଇଛି । ଉଦ୍ଧବ ଠାକରେଙ୍କ ବିରୋଧରେ କଙ୍ଗନାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଭାଷାକୁ ନେଇ ଏହି ମାମଲା ରୁଜୁ କରାଯାଇଛି । ସୂଚନା ଯୋଗ୍ୟ ଯେ, କଙ୍ଗନାଙ୍କ ଅଫିସ ଭଙ୍ଗାଯିବା ପରେ ଅଭିନେତ୍ରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଟାର୍ଗେଟ କରି ଏକ ଭିଡିଓ ଟ୍ୱିଟ୍ କରିଥିଲେ ।

ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ଯେଉଁଥିରେ ସେ କହିଥିଲେ ଯେ, ତୁମ ବାପାଙ୍କ ଭଲ କର୍ମ ଯୋଗୁଁ ତୁମେ ସମ୍ପତ୍ତି ମିଳିପାରେ, କିନ୍ତୁ ସମ୍ମାନ ନିଜେ ଅର୍ଜନ କରିବାକୁ ପଡ଼େ । ମୋ ମୁହଁ ବନ୍ଦ କରିବ କିନ୍ତୁ ମୋ ସ୍ୱର, ମୋ ପରେ ଶହ ଶହ ଏବଂ ପରେ ଲକ୍ଷ ଲକ୍ଷ ଲୋକଙ୍କ ଠାରେ ଗୁଞ୍ଜରିତ ହେବ । ଲୋକଙ୍କ ସ୍ୱରକୁ କେତେ ଦବାଇବ । କେବେ ଯାଏଁ ସତ ଉପରେ ପରଦା ଘୋଡ଼ାଇବ । କେବଳ ବଂଶବାଦର ଏକ ନମୁନା ଅଟ । ଏହା ପୂର୍ବରୁ କଙ୍ଗନା ଏକ ଟ୍ୱିଟରେ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସଞ୍ଜୟ ତାଙ୍କୁ ମୁମ୍ୱାଇ ନଆସିବା ପାଇଁ ଧମକ ଦେଇଥିଲେ । ପ୍ରଥମେ ମୁମ୍ୱାଇର ରାଜରାସ୍ତାରେ ଆଜାଦିର ନାରା ଲଗାଯାଇଥିଲା ଏବଂ ପରେ ମୁମ୍ୱାଇ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ମନେ ହେଉଛି ।

Leave a Reply