ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ବିଏମସି ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ପରେ କଙ୍ଗନାଙ୍କ ସମର୍ଥନରେ ଏକାଧିକ ସ୍ୱର ଉଠିଥିବା ନଜର ଆସିଛି । ଏବେ ହିମାଚଳ ପ୍ରଦେଶରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳାକୁ ଭଙ୍ଗାଯାଇପାରେ ବୋଲି ଧମକ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟ ।

ସୂଚନା ମୁତାବକ ହିମାଚଳ ପ୍ରଦେଶର ଭାଜପା ମହିଳା ମୋର୍ଚ୍ଚା ମୁଖ୍ୟ ରଶିମ ଧର ସୁଦ ଏକ ଭିଡ଼ିଓରେ ଧମକ ଦେଇଛନ୍ତି । ଭିଡ଼ିଓରେ ରଶିମ ଧର ସୁଦ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଯୋଗୁଁ ଶିବସେନା ଉପରେ ଖପା ହୋଇଯାଇଛନ୍ତି । ସେ କହିଛନ୍ତି କି ଯଦି ଆବଶ୍ୟକ ପଡ଼େ ତେବେ ଆମେ କଂଗ୍ରେସର ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଛାଡ଼ିବୁ ନାହିଁ । ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ଘର ଭାଙ୍ଗିଦେବୁ ବୋଲି ସେ ଭିଡ଼ିଓରେ କହିଛନ୍ତି ।

ସୂଚନାଯୋଗ୍ୟ କଙ୍ଗନାଙ୍କ ଜନ୍ମ ହିମାଚଳ ପ୍ରଦେଶରେ ହୋଇଥିବାରୁ ଅଧିକାଂଶ ଲୋକ ତାଙ୍କୁ ସମର୍ଥନ କରୁଥିବା ନଜର ଆସିଛି । ଗୁରୁବାରକୁ ବିଜେପି ମହିଳା ମୋର୍ଚ୍ଚା ବିଏମସିର କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ କଙ୍ଗନାଙ୍କୁ ସମର୍ଥନ କରି ଧାରଣା ଦେଇଥିଲେ । କିନ୍ତୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜେପି ନେତାଙ୍କ ବୟାନକୁ ଅସହମତି କରିଛନ୍ତି । ସେ କହିଛନ୍ତି କି ଯେଉଁଭଳି ଭାବରେ ହିମାଚଳ ପ୍ରଦେଶର ଝିଅକୁ ମହାରାଷ୍ଟ୍ର ସରକାର ଦ୍ୱାରା ଟାର୍ଗେଟ କରାଯାଇଛି ଆମେ ତାହା ଉପରେ ଆଲୋଚନା କରୁଛୁ, କିନ୍ତୁ ମହିଳା ମୋର୍ଚ୍ଚା ମୁଖ୍ୟଙ୍କ ବୟାନରେ ସହମତି ପ୍ରକାଶ କରୁନାହୁଁ ।

ସୂଚନାଯୋଗ୍ୟ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶର ହାଇପ୍ରୋଫାଇଲ ସ୍ଥାନରେ ବଙ୍ଗଳା ନିର୍ମାଣ କରିଛନ୍ତି । ୨୦୦୭ରେ ପ୍ରିୟଙ୍କା ସେହି ଜମି କିଣିଥିଲେ । ସୂଚନାଯୋଗ୍ୟ ୨୦୧୭ରେ ଏହାକୁ ନେଇ ହିମାଚଳପ୍ରଦେଶ ହାଇକୋର୍ଟ ପ୍ରିୟଙ୍କାଙ୍କୁ ନୋଟିସ୍ ପଠାଇଥିଲେ ।

Leave a Reply